କାର୍‌ରୁ ମିଳିଲା ଏମିତି ଜିନିଷ, ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଗଜପତି ଜିଲ୍ଲା ସୀମାନ୍ତବର୍ତ୍ତୀ ଆନ୍ଧ୍ରର ମେଳିଆପୁଟିଠାରୁ ୨୦୬ କିଲୋ ରକ୍ତ ଚନ୍ଦନ ଗଣ୍ଡି ପୁଲିସ୍ ଜବତ କରିଛି। ଏହି ଘଟଣାରେ ପୁଲିସ୍ ତିନି ଜଣଙ୍କୁ ଗିରଫ କରିଛି। ଏହାସହ ସେମାନଙ୍କ କାର୍‌କୁ ମଧ୍ୟ ଜବତ କରିଛି। ଜବତ କାଠର ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ଗିରଫ ଅଭିଯୁକ୍ତମାନେ ହେଲେ ପାରଳାଖେମୁଣ୍ଡିର ଶେଖ୍ ସାଲିମ,ଗୁମ୍ମା ଅଞ୍ଚଳର କେତନ ପାଣି ଏବଂ ଆନ୍ଧ୍ରର ବିଶାଖପାଟଣା ଅଞ୍ଚଳର ଏସ.ଶ୍ରୀନିବାସ ରାଓ। ସେମାନଙ୍କୁ ଆଜି କୋର୍ଟଚାଲାଣ କରାଯିବ।

ମିଳିଥିବା ସୂଚନା ଅନୁସାରେ, ପ୍ରତିଦିନ ଭଳି ଗତକାଲି ମେଳିଆପୁଟି ଥାନା ପୁଲିସ୍‌ ଗାଡି ଯାଞ୍ଚ କରୁଥିଲା। ଏହି ସମୟରେ ଚୋରା ଚନ୍ଦନ ଗଣ୍ଡି ଚାଲାଣ କାର୍‌କୁ ପୁଲିସ୍ ଅଟକାଇ କାଗଜପତ୍ର ମାଗିଥିଲା। ମାତ୍ର ସେମାନେ କାଗଜପତ୍ର ଦେଖାଇବାରେ ବିଫଳ ହେବାରୁ ପୁଲିସ୍‌ର ସେମାନଙ୍କ ଉପରେ ସନ୍ଦେହ ହୋଇଥିଲା। ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ଗିରଫ କରିଥିଲା ପୁଲିସ୍ ।

ଚନ୍ଦନ ଗଣ୍ଡିକୁ ସେମାନେ ଗଜପତି ଜିଲ୍ଲାର ଲାବଣ୍ୟଗଡ ଅଞ୍ଚଳରେ ଥିବା ରକ୍ତ ଚନ୍ଦନ ବଣରୁ ଆଣିଥିଲେ। ଏହାକୁ ଦିଲ୍ଲୀ ପଠାଇବା ପାଇଁ ବିଶାଖପାଟଣା ନେଉଥିବା ଅଭିଯୁକ୍ତମାନେ ପୁଲିସ୍‌ ନିକଟରେ ସ୍ୱୀକାର କରିଥିବା ପୁରୁଣାପାଟଣା ସିଆଇ ରବି ପ୍ରସାଦ କହିଛନ୍ତି।

ଆହୁରି ପଢ଼ନ୍ତୁ

‘ଆଦିବାସୀ ନାବାଳିକା ଦୁଷ୍କର୍ମକାରୀଙ୍କୁ ସୁରକ୍ଷା ଦେଉଛନ୍ତି ମନ୍ତ୍ରୀ ପଦ୍ମିନୀ ଦିଆନ୍‌’

ୱିଙ୍ଗ କମାଣ୍ଡର ନିଖିଲ ରଥଙ୍କୁ ଶୁଭେଚ୍ଛା

କରୋନା ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନକୁ କଣ ପରାମର୍ଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

ପ୍ରଶାସନିକ ସେବା କ୍ଷେତ୍ରରେ କଣ୍ଟାବାଞ୍ଜିର ନୂଆ ଅଧ୍ୟାୟ

ଟେନ୍‌ସନ୍‌ ବଢ଼ାଇଲା ବେହେରା ସାହି, ପୁଣି ୪୬ କରୋନା ଆକ୍ରାନ୍ତ ଚିହ୍ନଟ

ଗଞ୍ଜାମରେ ଆରୋଗ୍ୟ ହାର ୭୮%କୁ ବୃଦ୍ଧି

‘ମିଡିଆକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି ରାଜ୍ୟ ସରକାର’

କାଲି ପରି ଆଜି ବି ଆଖି ବୁଜିଲେ ୧୨ ଆକ୍ରାନ୍ତ

ସିଏଜି ଭାବେ ଶପଥ ନେଲେ ଗିରୀଶ ମୁର୍ମୁ

ଶୁଣିଲେନି ଡାକ୍ତର, ନର୍ସ; ଆଖି ବୁଜିଲା ନବଜାତ ଶିଶୁ

ଗଞ୍ଜାମ, ଗଜପତିରେ ଭୂକମ୍ପ ଝଟକା

ଫିକା ପଡ଼ିପାରେ ନୂଆଁଖାଇ; ଭେଟଭାଟକୁ ମନା କଲା ପ୍ରଶାସନ