ପଇଡ଼ ଟ୍ରକରୁ ମିଳିଲା ଲକ୍ଷାଧିକ ଟଙ୍କାର ଜିନିଷ

ପାରଳାଖେମୁଣ୍ଡି (ଆଦର୍ଶ ଦାସ):  ଗଜପତି ଜିଲ୍ଲା ନାରାୟଣପୁର ରେଞ୍ଜ ନିକଟରେ ପଇଡ ବୋଝେଇ ଏକ ଟ୍ରକ୍‌ରୁ ଦୁଇ ଶହ କିଲୋ ରକ୍ତଚନ୍ଦନ କାଠ ଜବତ କରାଯାଇଛି। ଜବତ କାଠର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଏହି ଘଟଣାରେ ବନ ବିଭାଗ ତିନି ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ  ପ୍ରକାଶ ଯାଦବ, ଅଭିଷେକ ମାଝୀ ଓ ମୋହମ୍ମଦ ଆସିଫ ଅଲିଗାଁଜ। ସେମାନଙ୍କ ଘର ଉତ୍ତରପ୍ରଦେଶରେ ବୋଲି ଜଣାପଡ଼ିଛି। ନାରାୟଣପୁର ରେଞ୍ଜ ଦେଇ ରକ୍ତ […]

77700

77700

Tapaswini Nayak
  • Published: Sunday, 17 November 2019
  • Updated: 17 November 2019, 01:43 PM IST

Sports

Latest News

ପାରଳାଖେମୁଣ୍ଡି (ଆଦର୍ଶ ଦାସ):  ଗଜପତି ଜିଲ୍ଲା ନାରାୟଣପୁର ରେଞ୍ଜ ନିକଟରେ ପଇଡ ବୋଝେଇ ଏକ ଟ୍ରକ୍‌ରୁ ଦୁଇ ଶହ କିଲୋ ରକ୍ତଚନ୍ଦନ କାଠ ଜବତ କରାଯାଇଛି। ଜବତ କାଠର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଏହି ଘଟଣାରେ ବନ ବିଭାଗ ତିନି ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ  ପ୍ରକାଶ ଯାଦବ, ଅଭିଷେକ ମାଝୀ ଓ ମୋହମ୍ମଦ ଆସିଫ ଅଲିଗାଁଜ। ସେମାନଙ୍କ ଘର ଉତ୍ତରପ୍ରଦେଶରେ ବୋଲି ଜଣାପଡ଼ିଛି।

ନାରାୟଣପୁର ରେଞ୍ଜ ଦେଇ ରକ୍ତ ଚନ୍ଦନକାଠ ଚାଲାଣ କରାଯାଉଥିବା ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ସକାଳେ ପୂର୍ବ ଯୋଜନା ମୁତାବକ ବନ କର୍ମଚାରୀ ଚଢ଼ଉ କରି ଦୁଇ ଶହ କିଲୋ ରକ୍ତ ଚନ୍ଦନ କାଠ ଜବତ କରିଥିଲେ । ଏହି ଚନ୍ଦନ କାଠ ଗୋଶାଣି ବ୍ଲକ ଲାବନ୍ୟ ଗଡ ଗାଁରୁ  ଲୋନୀ ବୋର୍ଡର ଦେଇ  ଦିଲ୍ଲୀ ଯାଉଥିବା ନାରାୟଣପୁର ରେଞ୍ଜ ଅଫିସର କହିଛନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos