ଅତ୍ୟଧିକ ମାନସିକ ଚାପରୁ ପୋଲିସ ଏସ୍‌ଆଇଙ୍କ ଆତ୍ମହତ୍ୟା!

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ଥାନାର ପୂର୍ବତନ ସବ୍‌ଇନ୍ସପେକ୍ଟ ଜଗନ୍ନାଥ ନାୟକଙ୍କ ଝୁଲନ୍ତା ମୃତଦେହ ତାଙ୍କ ସରକାରୀ କ୍ୱାର୍ଟର୍ସରୁ ପୋଲିସ୍‌ ଆଜି ଉଦ୍ଧାର କରିଛି। ମୃତଦେହ ପାଖରୁ ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ଜବତ କରିଛି। ଅତ୍ୟଧିକ ମାନସିକ ଚାପ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ ରହିଛି।

ଦୁଇ ମାସ ତଳେ ଜଗନ୍ନାଥଙ୍କର ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନାକୁ ବଦଳି କରାଯାଇଥିଲା। ସେ ଚାକିରିରେ ଯୋଗଦେଇ ଦୁଇ ଦିନ ତଳେ ଦାୟିତ୍ୱ ହସ୍ତାନ୍ତର କରିବାକୁ ବସ୍ତା ଆସିଥିଲେ।