ଗଞ୍ଜେଇ ବୋଝେଇ ଗାଡି ଜବତ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଖନ୍ତାପଡା ପୋଲିସ ଶେରଗଡ ଟୋଲ ପ୍ଲାଜାରେ ଏକ ଗଞ୍ଜେଇ ବୋଝେଇ ଗାଡିକୁ ଧରିଛି ପୋଲିସ। ଗାଡିରେ ପାଖାପାଖି ୨ କ୍ୱିଣ୍ଟାଲ ଗଞ୍ଜେଇ ଥିବା ଜଣାପଡିଛି। ଗାଡିଟି କୋରାପୁଟ ଜିଲ୍ଲା ସୁନାବେଡାରୁ ବାଲେଶ୍ୱର ଆସୁଥିବାର ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛିା ଗାଡି ଡ୍ରାଇଭର ମୁକ୍ତିକାନ୍ତ ନାୟକ ଓ ତାର ସହଯୋଗୀ ରେହେମାନ ଖାନକୁ ଗିରଫ କରିଛି ପୋଲିସ।