ଚର୍ଚ୍ଚରେ ଚାଲିଥିଲା ପ୍ରାର୍ଥନା, ପହଞ୍ଚିଗଲା ପୁଲିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆଜି ବଡ଼ ଦିନ।  ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଜାକଜକମରେ ଏହି ଦିନକୁ ପାଳନ କରିଥାନ୍ତି।  ତେବା ଗତବର୍ଷ ଭଳି ଏବର୍ଷ କରୋନା ସଂକ୍ରମଣକୁ ରୋକିବା ପାଇଁ ବଡ଼ଦିନ ପାଳନକୁ ସୀମିତ ରଖିବାକୁ କଟକଣା ଜାରି କରାଯାଇଛି। ସର୍ବାଧିକ ୫୦ ଜଣଙ୍କୁ ନେଇ ବଡ଼ ଦିନ ପାଳନ କରିବାକୁ କୁହାଯାଇଛି। ହେଲେ କଟକର ଏକ ଚର୍ଚ୍ଚାରେ ଏହି ନିୟମକୁ ଉଲ୍ଲଂଘନ  କରିଥିବା ଖବର ଆସିଛି। କୋଭିଡ୍ କଟକଣା ଉଲ୍ଲଂଘନ ଅଭିଯୋଗରେ କଟକର କ୍ୟାଣ୍ଟନମେଣ୍ଟ କ୍ୟାଥୋଲିକ୍ ଚର୍ଚ୍ଚରେ ପୁଲିସ […]

CHURCH_CLOSE

CHURCH_CLOSE

Tapaswini Nayak
  • Published: Saturday, 25 December 2021
  • Updated: 25 December 2021, 02:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆଜି ବଡ଼ ଦିନ।  ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଜାକଜକମରେ ଏହି ଦିନକୁ ପାଳନ କରିଥାନ୍ତି।  ତେବା ଗତବର୍ଷ ଭଳି ଏବର୍ଷ କରୋନା ସଂକ୍ରମଣକୁ ରୋକିବା ପାଇଁ ବଡ଼ଦିନ ପାଳନକୁ ସୀମିତ ରଖିବାକୁ କଟକଣା ଜାରି କରାଯାଇଛି। ସର୍ବାଧିକ ୫୦ ଜଣଙ୍କୁ ନେଇ ବଡ଼ ଦିନ ପାଳନ କରିବାକୁ କୁହାଯାଇଛି। ହେଲେ କଟକର ଏକ ଚର୍ଚ୍ଚାରେ ଏହି ନିୟମକୁ ଉଲ୍ଲଂଘନ  କରିଥିବା ଖବର ଆସିଛି। କୋଭିଡ୍ କଟକଣା ଉଲ୍ଲଂଘନ ଅଭିଯୋଗରେ କଟକର କ୍ୟାଣ୍ଟନମେଣ୍ଟ କ୍ୟାଥୋଲିକ୍ ଚର୍ଚ୍ଚରେ ପୁଲିସ ପହଞ୍ଚି ପ୍ରାର୍ଥନାକୁ ବନ୍ଦ କରିଛି।

କ୍ୟାଥୋଲିକ୍ ଚର୍ଚ୍ଚ ଭିତରେ ଲୋକଙ୍କର ଅଧିକ ଭିଡ଼  ଜମିଥିବା ଖବର ପୁଲିସ ପାଇଥିଲା।  ଏହାପରେ ତତ୍‌କ୍ଷଣାତ  ଚର୍ଚ୍ଚରେ ପହଞ୍ଚି ଭିଡ଼କୁ ନିୟନ୍ତ୍ରଣ କରିବାକୁ ପୁଲିସ୍‌ ପ୍ରଥମେ ଚର୍ଚ୍ଚ ଗେଟକୁ ବନ୍ଦ କରିଥିଲା। ପରେ  ଚର୍ଚ୍ଚରେ  ପଶି ପ୍ରାର୍ଥନାକୁ ବନ୍ଦ କରିଥିଲା ପୁଲିସ୍‌।

ଜଣେଖ୍ରୀଷ୍ଟ ଧର୍ମାବଲମ୍ବୀ କହିଛନ୍ତି, ଗାଇଡ ଲାଇନ ବାହାରିବା ପୂର୍ବରୁ ଆମର ସିଡ୍ୟୁଲ ବାହାରିଯାଇଥିଲା। ଲୋକଙ୍କୁ ଜଣାଇବାକୁ କିଛି ଉପାୟ ନ ଥିଲା।  ଲୋକେ ସେହିଭଳି ଭାବେ ପ୍ରସ୍ତୁତ ହୋଇ ଆସିଥିଲେ।  ଆମ ଚର୍ଚ୍ଚରେ ଓଡ଼ିଆ  ଓ ଇଂରାଜି ଖ୍ରୀଷ୍ଟମାସ  ପାଳନ ହେବ ବୋଲି ସିଡ୍ୟୁଲ ହୋଇଥିଲା। ସକାଳେ ଇଂରାଜି ଖ୍ରୀଷ୍ଟମାସ  ପାଇଁ ପ୍ରାର୍ଥନା ସରିଥିଲା। ତେବେ ଓଡ଼ିଆ ଖ୍ରୀଷ୍ଟମାସ   ପାଳନ ବେଳେ ପୁଲିସ୍‌ ପହଞ୍ଚି ପ୍ରାର୍ଥନାକୁ ବନ୍ଦ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos