ରାତି ଅଧରେ ମହିଳାଙ୍କ ଘରେ ପଶିଗଲେ ପୁଲିସ୍‌ ବାବୁ, ବନ୍ଧା ହେଲେ

ଅନୁଗୋଳ (ବିରଜା ପ୍ରସାଦ ଦାସ): ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶି ଅସଦାଚାରଣ କରିବା ଅଭିଯୋଗରେ ବନ୍ଧା ହେଲେ ପୁଲିସ୍‌ ବାବୁ। ଏନେଇ ଏକ ଭିଡିଓ ଭାଇରାଲ ହେବା ପରେ ଏହା ସମଗ୍ର ଅନୁଗୋଳ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।  ଏପରି ସାଂଘାତିକ ଅଭିଯୋଗରେ ବଅଁରପାଳ ଥାନା ସବ୍-ଇନସପେକ୍ଟର ନୀଳମଣି ମହାନ୍ତ ବନ୍ଧା ହୋଇଥିବା ବେଳେ ତାଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ମିଳିଥିବା ସୂଚନା ମୁତାବକ, ଏହା ଦୁଇ ତିନି ଦିନ ପୂର୍ବର ଘଟଣା । […]

arrest

arrest

Niharika Rout
  • Published: Friday, 27 August 2021
  • Updated: 27 August 2021, 03:20 PM IST

ଅନୁଗୋଳ (ବିରଜା ପ୍ରସାଦ ଦାସ): ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶି ଅସଦାଚାରଣ କରିବା ଅଭିଯୋଗରେ ବନ୍ଧା ହେଲେ ପୁଲିସ୍‌ ବାବୁ। ଏନେଇ ଏକ ଭିଡିଓ ଭାଇରାଲ ହେବା ପରେ ଏହା ସମଗ୍ର ଅନୁଗୋଳ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।  ଏପରି ସାଂଘାତିକ ଅଭିଯୋଗରେ ବଅଁରପାଳ ଥାନା ସବ୍-ଇନସପେକ୍ଟର ନୀଳମଣି ମହାନ୍ତ ବନ୍ଧା ହୋଇଥିବା ବେଳେ ତାଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଏହା ଦୁଇ ତିନି ଦିନ ପୂର୍ବର ଘଟଣା । ସବ୍‌ଇନ୍ସପେକ୍ଟର ଜଣଙ୍କ  ହାଇେଓ୍ୱ ପାଟ୍ରୋଲିଂ ଦାୟିତ୍ୱରେ ଥିଲେ। ସେହି ସମୟରେ ରାତି ପ୍ରାୟ ସାଢ଼େ ୩ଟା ବେଳେ ତାଳଚେର ଥାନା ଅଙ୍ଗରୁଆ ଅଞ୍ଚଳର ଜଣେ ମହିଳାଙ୍କ ଘର କବାଟ ବାଡ଼େଇ ପଶିଥିଲେ। ଏମିତିକି ଘରେ ପଶି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ତାଳଚେର ପୁଲିସ୍‌ ସଂପୃକ୍ତ ସବ୍-ଇନସପେକ୍ଟରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ, ପୁଲିସ ବାବୁ ମହିଳାଙ୍କ ଘରେ ପଶିବା ସମୟର ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos