୧୯ ପାଇଁ ଅଙ୍କକଷା: କାହାପାଇଁ ମହାନଦୀ ତ କାହାପାଇଁ ମହିଳା ସୁରକ୍ଷା

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପ୍ରସଙ୍ଗ ଭିନ୍ନ କିନ୍ତୁ ଲକ୍ଷ୍ୟ ଗୋଟିଏ ।୧୯ ପାଇଁ ନିଜ ଦଳ ସପକ୍ଷରେ ଜନମତ ସୃଷ୍ଟି ପାଇଁ ଆସନ୍ତା ୧୬ରୁ ସରଗରମ ହେବ ରାଜ୍ୟ ରାଜନୀତି । ମହାନଦୀକୁ ଅସ୍ତ୍ରକରି ବିଜେଡି ପୁଣିଥରେ ମଇଦାନକୁ ଓହ୍ଲାଉଥିବା ବେଳେ ୧୭ରୁ ନାରୀ ସୁରକ୍ଷାକୁ ଢାଲ କରି ଲୋକଙ୍କ ପାଖକୁ ଯିବ ବିଜେପି । ଏପଟେ ନୂଆ ନୂଆ ପ୍ରଭାରୀଙ୍କ ତିନିଦିନିଆ ଓଡ଼ିଶାଗସ୍ତ ତଥା ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମକୁ ନେଇ କଂଗ୍ରେସ କ୍ୟାମ୍ପରେ ସୃଷ୍ଟି ହୋଇଛି ନୂଆ […]

star

star

Rakesh Mallick
  • Published: Monday, 14 May 2018
  • Updated: 14 May 2018, 08:57 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପ୍ରସଙ୍ଗ ଭିନ୍ନ କିନ୍ତୁ ଲକ୍ଷ୍ୟ ଗୋଟିଏ ।୧୯ ପାଇଁ ନିଜ ଦଳ ସପକ୍ଷରେ ଜନମତ ସୃଷ୍ଟି ପାଇଁ ଆସନ୍ତା ୧୬ରୁ ସରଗରମ ହେବ ରାଜ୍ୟ ରାଜନୀତି । ମହାନଦୀକୁ ଅସ୍ତ୍ରକରି ବିଜେଡି ପୁଣିଥରେ ମଇଦାନକୁ ଓହ୍ଲାଉଥିବା ବେଳେ ୧୭ରୁ ନାରୀ ସୁରକ୍ଷାକୁ ଢାଲ କରି ଲୋକଙ୍କ ପାଖକୁ ଯିବ ବିଜେପି । ଏପଟେ ନୂଆ ନୂଆ ପ୍ରଭାରୀଙ୍କ ତିନିଦିନିଆ ଓଡ଼ିଶାଗସ୍ତ ତଥା ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମକୁ ନେଇ କଂଗ୍ରେସ କ୍ୟାମ୍ପରେ ସୃଷ୍ଟି ହୋଇଛି ନୂଆ ଉତ୍ସାହ।

୧୯ ନିର୍ବାଚନ ଆଗରୁ ଏବେଠାରୁ ଅସ୍ତ୍ର ଶାଣିତ କରୁଛନ୍ତି ତିନି ଦଳର କମାଣ୍ଡର ।ବିଜେଡି ସୁପ୍ରିମୋ ମାରୁଛନ୍ତି ମହାନଦୀ ବାଣ।  ବିଜେପି କ୍ୟାପଟେନ୍‌ଙ୍କ ହାତରେ ମହିଳା ସୁରକ୍ଷାର ଅସ୍ତ୍ର। ଆଉ କଂଗ୍ରେସ କମାଣ୍ଡର ସଂଗଠନ ମଜବୁତ ପାଇଁ ଛାଡୁଛନ୍ତି ଗୋଟିଏ ପରେ ଗୋଟିଏ ତୀର । ସମସ୍ତଙ୍କ ଲକ୍ଷ୍ୟ ୧୯ ଅଙ୍କକୁ ଭେଦ କରିବା।

ବିଜେଡିର ରଣନୀତି: ମହାନଦୀ ମହାସଂଗ୍ରାମ ପାଇଁ ସଜ ହେଉଛି ବିଜେଡି। ମହାନଦୀ  ଓଡିଶା ଛୁଇଁଥିବା ଲଖନପୁରର ସୁଖାଶୋଡା ଓ ବରଗ଼ଡର ଚିଖିଲିରୁ ଆରମ୍ଭ ହେବ ମହାସଂଗ୍ରାମ ।  ବିଜେଡିର ମହାନଦୀ ସୁରକ୍ଷା ଯାତ୍ରାରେ ସାମିଲ ହେବେ ମନ୍ତ୍ରୀ, ବିଧାୟକ, ନେତା ଓ କର୍ମୀ। ଝାରସୁଗୁଡାରୁ ଯାତ୍ରା ବାହାରି ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଦେଇ ମହାନଦୀ କୂଳେ କୂଳେ ୧୫ ଜିଲ୍ଲା ଡେଇଁ ଜଗତ୍ସିଂହପୁରର ପାରାଦ୍ୱୀପରେ ସରିବ ଯାତ୍ରା । ସାଧାରଣ ସଭା ସହ ଲୋକଙ୍କୁ ସଚେତନ କିରବେ ନେତା ଓ କର୍ମୀ ।ସମ୍ବଲପୁରର ସମେଲେଶ୍ୱରୀ ଓ  କଟକର ଗଡ଼ଗଡ଼େଶ୍ୱର ପୀଠରେ ଜଳ ଆଳତୀ କରାଯିବ।

ବିଜେପିର ମହିଳା ସୁରକ୍ଷା ଯାତ୍ରା: ବିଜେଡିର ମହାନଦୀ ସୁରକ୍ଷା ଯାତ୍ରାକୁ ଟକ୍କର ଦେବାକୁ ବିଜେପି ୧୭ ତାରିଖରୁ ରାଜ୍ୟର ୭ଟି ପ୍ରମୁଖ ଦେବୀ ପୀଠରୁ ବାହାର କରିବ ମହିଳା ସୁରକ୍ଷା ଯାତ୍ରା ।ଏକା ସମୟରେ ଭଦ୍ରକର ଭଦ୍ରକାଳୀ, କଟକର ମା’ କଟକ ଚଣ୍ଡୀ, କାକଟପୁରରୁ ମା’ ମଙ୍ଗଳା, ସମ୍ବଲପୁରର ସମଲେଶ୍ୱରୀ, ପାଟଣାଗଡର ପାଟଣେଶ୍ୱରୀ, ସୋରଡାର ମା କନ୍ଧୁଣୀ ଦେବୀ ଓ ଭୁବନେଶ୍ୱରର ଶିଖରଚଣ୍ଡୀଙ୍କ ପୀଠରୁ ବାହାରିବ ରଥ । ପ୍ରତିଦିନ ଏଇସବୁ ରଥ ତିନିଟି ସଂସଦୀୟ କ୍ଷେତ୍ରରେ ଥିବା ଗାଁକୁ ଯିବ। ୪୫୦ ସ୍ଥାନରେ ସାଧାରଣ ସଭା ହେବ ଓ ୧୧ ଦିନରେ ୧ କୋଟି ଲୋକଙ୍କ ପାଖରେ ପହଁଞ୍ଚିବ ଯାତ୍ରା। ଯାତ୍ରା ବେଳେ ରାଜ୍ୟରେ ନାବାଳିକାଙ୍କ ଉପରେ ବଢୁଥିବା ଦୁଷ୍କର୍ମ ଓ ଦୋଷୀଙ୍କୁ ଦଣ୍ଡ ଦେବାରେ ସରକାରଙ୍କ ଅବହେଳା କଥା ଲୋକଙ୍କୁ କହିବେ ନେତ୍ରୀ।

କଂଗ୍ରେସର ମାରାଥନ୍‌ ମିଟିଂ: ଏସବୁ ଭିତରେ କଂଗ୍ରେସ  ନିଜ ଘର ସଜାଡି ସଂଗଠନ ସୁଦୃଢ ପାଇଁ ଅଣ୍ଟାଭିଡିଛି । କଂଗ୍ରେସ ଯେ ବିଜେଡିର ବିକଳ୍ପ ହେବ କର୍ମୀଙ୍କ ମନରେ ଏଇ ବିଶ୍ୱାସ ଭରିବା ପାଇଁ ୩ କାର୍ଯ୍ୟକାରୀ ସଭାପତି କରୁଛନ୍ତି ମାରାଥନ ମିଟିଂ। ସେପଟେ ଆଜି ଓଡ଼ିଶା ପହଞ୍ଚିଥିବା ପ୍ରଭାରୀ ଜିତେନ୍ଦ୍ର ସିଂ ଆସନ୍ତା ୩ ଦିନ ରାଜ୍ୟରେ ରହି ଭୁବନେଶ୍ୱର ସହ କଟକ, ଖୋର୍ଦ୍ଧା, ଜୟପୁରରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ କର୍ମୀଙ୍କ ମନୋବଳ ବଢ଼ାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos