ବିଜୁ ଶତବାର୍ଷିକୀ ପାଳନକୁ ନେଇ ରାଜନୀତି

ଭୁବନେଶ୍ୱର: ମାର୍ଚ୍ଚ ୫ ତାରିଖରେ ପାରାଦୀପ ବିଜୁ ପଟ୍ଟନାୟକ ମେମୋରିଆଲ୍ ଟ୍ରଷ୍ଟ୍ ବିଜୁ ବାବୁଙ୍କ ଜନ୍ମ ଶତବାର୍ଷିକୀ ପାଳନ କରିବାକୁ ଯାଉଥିବା ବେଳେ ତା’ପୂର୍ବରୁ ଏହାକୁ ନେଇ ଦେଖାଯାଇଛି ରାଜନୀତି। ଏହାକୁ ନେଇ କଥା କଟା କଟି ହୋଇଛନ୍ତି ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ଓ ବିଜେଡି ମୁଖପାତ୍ର ପ୍ରତାପ ଜେନା। ଗତକାଲି ଏହି କାର୍ଯ୍ୟକ୍ରମ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଦାମୋଦର ରାଉତ କହିଥିଲେ ଯେ ଏଥିରେ ଅତିଥି ଭାବେ ଯୋଗ ଦେବାକୁ ବିହାର ମୁଖ୍ୟମନ୍ତ୍ରୀ […]

dama

dama

Rakesh Mallick
  • Published: Monday, 22 February 2016
  • Updated: 22 February 2016, 10:13 AM IST

Sports

Latest News

damaଭୁବନେଶ୍ୱର: ମାର୍ଚ୍ଚ ୫ ତାରିଖରେ ପାରାଦୀପ ବିଜୁ ପଟ୍ଟନାୟକ ମେମୋରିଆଲ୍ ଟ୍ରଷ୍ଟ୍ ବିଜୁ ବାବୁଙ୍କ ଜନ୍ମ ଶତବାର୍ଷିକୀ ପାଳନ କରିବାକୁ ଯାଉଥିବା ବେଳେ ତା’ପୂର୍ବରୁ ଏହାକୁ ନେଇ ଦେଖାଯାଇଛି ରାଜନୀତି। ଏହାକୁ ନେଇ କଥା କଟା କଟି ହୋଇଛନ୍ତି ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ଓ ବିଜେଡି ମୁଖପାତ୍ର ପ୍ରତାପ ଜେନା।

ଗତକାଲି ଏହି କାର୍ଯ୍ୟକ୍ରମ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଦାମୋଦର ରାଉତ କହିଥିଲେ ଯେ ଏଥିରେ ଅତିଥି ଭାବେ ଯୋଗ ଦେବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ୍ ସିଂହ ଯାଦବ ଓ ଏନ୍‌ସିପି ମୁଖ୍ୟ ଶରଦ ପାୱାର ପ୍ରମୁଖଙ୍କୁ ଆମନ୍ତ୍ରଣ କରାଯାଇଛି। ଅନ୍ୟପକ୍ଷରେ ପ୍ରତାପ ଜେନା କହିଛନ୍ତି ଯେ ବିଜୁ ବାବୁଙ୍କ ଶତବାର୍ଷିକୀ ପାଳନକୁ ଏହି ନେତାମାନଙ୍କୁ ଆମନ୍ତ୍ରଣ କରିବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ହୋଇପାରିଥାଏ। ବିଜୁ ଜନତା ଦଳ ପକ୍ଷରୁ ଏନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଦାମ ବାବୁ ଯଦି ବ୍ୟକ୍ତିଗତ ଭାବେ ପାରାଦୀପରେ ଏଭଳି କୌଣସି କାର୍ଯ୍ୟକ୍ରମର ଆୟୋଜନ କରୁଥିବେ, ତା’ହେଲେ ଅତିଥିଙ୍କୁ ଆମନ୍ତ୍ରଣ କରିବା ନେଇ ସେ ନିଷ୍ପତ୍ତି ନେଇଥିବେ।

ପ୍ରତାପ ଜେନାଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଦାମ କହିଛନ୍ତି ଯେ ପାରାଦୀପ ବିଜୁ ପଟ୍ଟନାୟକ ମେମୋରିଆଲ୍ ଟ୍ରଷ୍ଟ୍ ବିଜୁ ବାବୁଙ୍କ ଶତବାର୍ଷିକୀ ପାଳନ କରୁଛି। ପାରାଦୀପବାସୀ ଏହାକୁ ପାଳନ କରୁଛନ୍ତି। ଏଥର ବିଜୁ ବାବୁଙ୍କର ଜନ୍ମ ଶତବାର୍ଷିକୀ ପାଳନ କରାଯାଉ ଥିବା ଯୋଗୁଁ ତାଙ୍କୁ ପାଖରୁ ଜାଣିଥିବା ଜାତୀୟ ସ୍ତରର କିଛି ନେତାଙ୍କୁ ଆମନ୍ତ୍ରଣ କରିବା ନିଷ୍ପତ୍ତି ହୋଇଛି। ଏ ପର୍ଯ୍ୟନ୍ତ ସେମାନେ ସମ୍ମତି ଜଣାଇ ନାହାନ୍ତି। କିନ୍ତୁ ସେମାନଙ୍କୁ ଆମନ୍ତ୍ରଣ କରିବା ପାଇଁ କାହାର ଅନୁମତି ଲୋଡ଼ା ନାହିଁ। ରାଜ୍ୟପାଳଙ୍କୁ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା। ତାଙ୍କର ଅଲଗା କାର୍ଯ୍ୟକ୍ରମ ଥିବାରୁ ସେ ମନା କରି ଦେଲେ। ମୁଖ୍ୟମନ୍ତ୍ରୀଙ୍କୁ ବି ଏଥିପାଇଁ ଆମନ୍ତ୍ରଣ କରାଯିବ। ତେଣୁ ଏହି କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ବା ଦଳର ଅନୁମତି ଲୋଡ଼ା ନାହିଁ।

ଦାମ ଆହୁରି ମଧ୍ୟ କହିଛନ୍ତି ଯେ ସେ ୧୯୭୫ ମସିହାରୁ ବିଜୁ ବାବୁଙ୍କ ଜନ୍ମ ଦିନ ପାଳନ କରି ଆସୁଛନ୍ତି। ବିଜୁ ବାବୁଙ୍କ ପରଲୋକ ପରେ ସେ ତାଙ୍କ ଶ୍ରାଦ୍ଧ ବାର୍ଷିକୀ ବି ପାଳନ କରି ଆସୁଛନ୍ତି। ବିଜୁ ବାବୁଙ୍କ ଜନ୍ମଜୟନ୍ତୀ ପାଳନ ପାଇଁ ସେ କାହିଁକି କାହାର ଅନୁମତି ଲୋଡ଼ିବେ?

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ୍ ସିଂହ ଯାଦବ ଓ ଏନ୍‌ସିପି ମୁଖ୍ୟ ଶରଦ ପାୱାର ପ୍ରମୁଖଙ୍କୁ ଆମନ୍ତ୍ରଣ କରିବା ପଛରେ କୌଣସି ରାଜନୀତି ନାହିଁ। ସେ ରାଜନୀତି କଥା ଭାବି ମଧ୍ୟ ନାହାନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଆମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରୁ କାହାରିକୁ ବ୍ୟକ୍ତିଗତ ଭାବେ ଫୋନ୍ କରି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅନୁରୋଧ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଅନୁରୋଧ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story