ରାଜଧାନୀର ଗରିବ ପାଇବେ ମାଗଣା ଖାଦ୍ୟ

ଭୁବନେଶ୍ୱର: ରାଜଧାନୀର ଗରିବ ଲୋକଙ୍କୁ ମିଳିବ ମାଗଣାରେ ଖାଦ୍ୟ।  ସ୍ଥାନୀୟ ସୈନିକ ସ୍କୁଲ ନିକଟରେ ଥିବା ମାଇକେଲ କିଚନ ରେଷ୍ଟୁରାଣ୍ଟରେ ମିଳିବ ଏହି ଖାଦ୍ୟ। ବିଭିନ୍ନ କ୍ୟାଣ୍ଟିନ, ରେଷ୍ଟୁରାଣ୍ଟ ଓ କ୍ୟାଟରିଂ ସଂସ୍ଥାର ବଳକା ଖାଦ୍ୟକୁ ଆଉ ନଷ୍ଟ ହେବାକୁ ଦିଆଯିବ ନାହିଁ। ଏହାକୁ ସଂଗ୍ରହ କରାଯାଇ ଏହାର ମାନ ପରୀକ୍ଷା ପରେ ପ୍ୟାକେଟ କରାଯାଇ ଖାଦ୍ୟକୁ ଦିଆଯିବ।

ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭୁବନେଶ୍ୱର କୁଇନସ୍ ଲେଡିଜ ସର୍କଲ ଓ ଭୁବନେଶ୍ୱର ନାଇଟସ୍ ରାଉଣ୍ଡ ଟେବଲ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।  ଏହି କମ୍ୟୁନିଟି ଫ୍ରିଜ ପ୍ରୋଜେ ନାଁ ରଖାଯାଇଛି ‘ଅନ୍ନପୂର୍ଣ୍ଣା’।  ରବିବାର ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶି ମିଶ୍ର ଏହାକୁ ଉଦଘାଟନ କରିଥିଲେ।