ପୁରୀରେ ପୋଷ୍ଟର: ସମନ୍ୱୟ ବୈଠକରେ ଯୋଗ ନ ଦେବାକୁ ସେବାୟତଙ୍କୁ ଆହ୍ୱାନ

ପୁରୀ: ଅାସନ୍ତାକାଲି ବସୁଛି ରଥଯାତ୍ରା ପାଇଁ ଦ୍ୱିତୀୟ ସମନ୍ୱୟ କମିଟି ବୈଠକ। ତା’ ପୂର୍ବରୁ ଅାଜି ପୁଣି ଦେଖିବାକୁ ମିଳିଛି ପୋଷ୍ଟର। ବୈଠକରେ କୌଣସି ସେବାୟତ ଯୋଗ ନ ଦେବାକୁ ଏହି ପୋଷ୍ଟରରେ ଅାହ୍ୱାନ ଦିଅାଯାଇଛି। ଜଗନ୍ନାଥ ସେବାୟତ ସମ୍ମିଳନୀ ନାଁରେ ରହିଛି ଏହି ପୋଷ୍ଟର। ନୀଳାଦ୍ରିବିଜେ ବିଶୃଙ୍ଖଳାରେ ସେବାୟତଙ୍କ ନିଲମ୍ବନର ପ୍ରତିବାଦ କରି ଏହି ପୋଷ୍ଟର ମରାଯାଇଛି। ସେବାୟତଙ୍କୁ ସାରା ବିଶ୍ୱରେ ଅପମାନିତ କରାଯାଇଛି ବୋଲି ଏଥିରେ ଉଲ୍ଲେଖ ରହିଛି।