ସବୁଠି ସୁଧୁରିନି ବିଦ୍ୟୁତ୍ ସ୍ଥିତି; କେଉଁଠି ଖୁସି,କେଉଁଠି ନିରାଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ର ୭ ଦିନ ପରେ ରାଜଧାନୀ ଭୁବନେଶ୍ୱର ଓ କଟକ ସହରରେ ବିଜୁଳି ଯୋଗାଣ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ତେବେ ଉଭୟ ସହରର କିଛି ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ହୋଇଥିବା ବେଳେ ଆହୁରି ଅନେକ ଅଞ୍ଚଳ ଏବେ ବି ଅନ୍ଧାରରେ ରହିଛି। ଯେଉଁଠି ବିଜୁଳି ପହଞ୍ଚିଛି ସେଇଠି ଖୁସିର ଲହରୀ ଖେଳି ଯାଇଥିବା ବେଳେ ଯେଉଁଠି ବିଦ୍ୟୁତ୍ ସଂଯୋଗ ହୋଇପାରିନି ସେଠାରେ ନିରାଶାର ଚିତ୍ର ଦେଖିବାକୁ ମିଳିଛି। ବିଜୁଳି ଆସିବା ପରେ […]

light,,,,,,,,,,,,

light,,,,,,,,,,,,

Tapaswini Nayak
  • Published: Friday, 10 May 2019
  • Updated: 10 May 2019, 02:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ର ୭ ଦିନ ପରେ ରାଜଧାନୀ ଭୁବନେଶ୍ୱର ଓ କଟକ ସହରରେ ବିଜୁଳି ଯୋଗାଣ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ତେବେ ଉଭୟ ସହରର କିଛି ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ହୋଇଥିବା ବେଳେ ଆହୁରି ଅନେକ ଅଞ୍ଚଳ ଏବେ ବି ଅନ୍ଧାରରେ ରହିଛି। ଯେଉଁଠି ବିଜୁଳି ପହଞ୍ଚିଛି ସେଇଠି ଖୁସିର ଲହରୀ ଖେଳି ଯାଇଥିବା ବେଳେ ଯେଉଁଠି ବିଦ୍ୟୁତ୍ ସଂଯୋଗ ହୋଇପାରିନି ସେଠାରେ ନିରାଶାର ଚିତ୍ର ଦେଖିବାକୁ ମିଳିଛି।

ବିଜୁଳି ଆସିବା ପରେ ଗରମରେ ଆଉଟୁ ପାଉଟୁ ହେଉଥିବା ଲୋକେ ସାମାନ୍ୟ ଆଶ୍ୱସ୍ତ ପାଇଛନ୍ତି। ଯେଉଁଠୁ ବିଜୁଳି ନାହିଁ ସେଠାରେ ଲୋକେ ଏବେ ବି ଗରମରେ ସନ୍ତୁଳି ହେଉଛନ୍ତି। ଭୁବନେଶ୍ୱରର କଟକ ରୋଡ୍, ବୁଦ୍ଧେଶ୍ୱରୀ, ଚିନ୍ତାମଣିଶ୍ୱର, ଲକ୍ଷ୍ମୀସାଗର, ରସୁଲଗଡ଼, ଯୁନିଟ ୩ ଓ ଯୁନିଟ ୯, ୟୁନିଟ୍-୨ର କିଛି ଅଞ୍ଚଳ ଓ ପ୍ରଶାନ୍ତିବିହାରରେ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯାଇଛି।

ସେହିପରି କଟକ ସହରର ସିଡିଏ, ବାଦାମବାଡ଼ି, ଏଲ୍ଆଇସି କଲୋନୀ, ବିଡ଼ାନାସୀ ଓ ପିଠାପୁରର କିଛି ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ହୋଇଥିବା ବେଳେ ଅନେକ ଅଞ୍ଚଳରେ ଏବେ ବି ଅନ୍ଧାରରେ ରହିଛି। କଟକ ସହରରେ ଶତ ପ୍ରତିଶତ ବିଜୁଳି ସେବା ଯୋଗାଇ ଦିଆଯାଇଥିବା ନେଇ ରାଜ୍ୟ ସରକାର ଦମ୍ଭୋକ୍ତି ଦେଖାଇଥିଲେ ମଧ୍ୟ ବାସ୍ତବ ସ୍ଥିତି ଭିନ୍ନ। ଏବେ ବି ଅନେକ ଅଞ୍ଚଳରେ ବିଜୁଳି ନାହିଁ। ଏମିତିକି କିଛି ସ୍ଥାନରେ ମରାମତି କାମ ଏଯାଏ ଆରମ୍ଭ ହୋଇନି।

ସରକାରୀ ତଥ୍ୟ ଅନୁସାରେ, ଭୁବନେଶ୍ୱର ସହରରେ ୧ଲକ୍ଷ ୩୧ ହଜାର ଉପଭୋକ୍ତଙ୍କୁ ବିଜୁଳି ଯୋଗାଇ ଦିଆଯାଇଛି। ତେବେ ସମୁଦାୟ ସାଢ଼େ ୪ଲକ୍ଷ ଉପଭୋକ୍ତାଙ୍କ ମଧ୍ୟରୁ ଅନ୍ୟମାନେ ଏବେ ବି ଅନ୍ଧାରରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos