ରାସ୍ତାକଡ଼ରେ ପିପିଇ କିଟ୍, ମାସ୍କ ଓ ଗ୍ଲୋବ୍ସ

ପାରଳାଖେମୁଣ୍ଡି ( ଆଦର୍ଶ ଦାସ): ରାସ୍ତା କଡ଼ରେ ପଡିଛି ବ୍ୟବହୃତ ପିପିଇ କିଟ୍, ମାସ୍କ ଓ ଗ୍ଲୋବ୍ସ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମହେନ୍ଦ୍ରତନୟା ନଦୀ ନିକଟ ମୁଖ୍ୟରାସ୍ତା କଡ଼ରେ। ଏହି ରାସ୍ତା କଡ଼ରେ ଗତକାଲିଠାରୁ ପଡ଼ିଛି ବ୍ୟବହୃତ ପିପିଇ କିଟ୍, ମାସ୍କ ଓ ଗ୍ଲୋବ୍ସ। ଯାହାକୁ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଏହାସହ ସେହି ରାସ୍ତା ଦେଇ ଯାତାୟତ କରିବା ପାଇଁ  ଭୟ କରୁଛନ୍ତି। କରୋନାରୁ ବର୍ତ୍ତିବା ଲାଗି ଏହି ସାମଗ୍ରୀ ଗୁଡ଼ିକ […]

rrrrrrrrr88888888888888

rrrrrrrrr88888888888888

Tapaswini Nayak
  • Published: Sunday, 26 July 2020
  • Updated: 26 July 2020, 03:17 PM IST

Sports

Latest News

ପାରଳାଖେମୁଣ୍ଡି ( ଆଦର୍ଶ ଦାସ): ରାସ୍ତା କଡ଼ରେ ପଡିଛି ବ୍ୟବହୃତ ପିପିଇ କିଟ୍, ମାସ୍କ ଓ ଗ୍ଲୋବ୍ସ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମହେନ୍ଦ୍ରତନୟା ନଦୀ ନିକଟ ମୁଖ୍ୟରାସ୍ତା କଡ଼ରେ।
ଏହି ରାସ୍ତା କଡ଼ରେ ଗତକାଲିଠାରୁ ପଡ଼ିଛି ବ୍ୟବହୃତ ପିପିଇ କିଟ୍, ମାସ୍କ ଓ ଗ୍ଲୋବ୍ସ। ଯାହାକୁ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଏହାସହ ସେହି ରାସ୍ତା ଦେଇ ଯାତାୟତ କରିବା ପାଇଁ  ଭୟ କରୁଛନ୍ତି। କରୋନାରୁ ବର୍ତ୍ତିବା ଲାଗି ଏହି ସାମଗ୍ରୀ ଗୁଡ଼ିକ ବ୍ୟବହାର କରାଯାଏ। ଏହା ବ୍ୟବହାର କରିବା ପରେ ନଷ୍ଟ କରି ଦିଆଯାଇଥାଏ। ହେଲେ କିଛି ବେପରୁଆ ବ୍ୟକ୍ତି ଏହାକୁ ରାସ୍ତା କଡ଼ରେ ଫୋପାଡି ଦେଇଛନ୍ତି।

ପାରଳା ପୌରପରିଷଦ ନିର୍ବାହୀ ଅଧିକାରୀ ଅଶୋକ ରାଉତ କହିଛନ୍ତି,“ ଆମେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବୁ। ତା’ ପରେ ସେହି ସ୍ଥାନକୁ ବିଶୋଧନ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos