ଭୁବନେଶ୍ୱର: ରାଜଧାନୀରେ ୬ଟି ହସ୍ପିଟାଲ ପବ୍ଲିକ୍ ପ୍ରାଇଭେଟ୍ ପାଟନରସିପ୍(ପିପିପି) ମୋଡ୍ରେ ନିର୍ମାଣ କରାଯିବ। ଏହି ସବୁ ହସ୍ପିଟାଲରେ ୮୦୦ ବେଡ୍ ରହିବ। ସେଥିରେ ୩୫୯ଟି ବେଡ୍ ବିପିଏଲ କାର୍ଡ଼ଧାରୀଙ୍କ ପାଇଁ ସଂରକ୍ଷିତ ରହିବ। ହସ୍ପିଟାଲ ପ୍ରତିଷ୍ଠା ପାଇଁ ୪୨୪ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଭୁବନେଶ୍ୱର ବସ୍ତି ବାସିନ୍ଦା ଓ ଆର୍ଥିକ ଅନଗ୍ରସରଙ୍କ ପାଇଁ ଶାନ୍ତିନଗରରେ ୧୩୦୦ଟି ଇଡବ୍ୟୁଏସ୍ ଘର ନିର୍ମାଣ କରିବାକୁ ଆଜି ସଚିବାଳୟରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ଭିତ୍ତିଭୂମି ସମ୍ପର୍କିତ କ୍ଷମତା ସମ୍ପନ୍ନ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି।
ରାଜ୍ୟ ୨୩ଟି ସ୍ଥାନରେ ରାଇସ୍ ଷ୍ଟୋରେଜ୍ ଗୋଦାମ ପ୍ରତିଷ୍ଠା ଓ ବାଲେଶ୍ୱର ସହରରେ ଟାଉନ୍ ବସ୍ ଚଳାଚଳ କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।