ପ୍ରଦୀପ ମାଝି ଗିରଫ ପ୍ରସଙ୍ଗ: ସବ୍‌ଜେଲରେ କଂଗ୍ରେସ କର୍ମୀଙ୍କ ପ୍ରବେଶ ଉଦ୍ୟମ

ଉମରକୋଟ: କଂଗ୍ରେସ ଆଦିବାସୀ ସେଲ ଅଧ୍ୟକ୍ଷ ପ୍ରଦୀପ ମାଝିଙ୍କୁ ଜେଲରୁ ଖଲାସ କରିବା ଦାବିରେ ଆଜି ୩୦୦ରୁ ଅଧିକ କଂଗ୍ରେସ କର୍ମୀ ଉମରକୋଟ ସବଜେଲ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ  ଜେଲ ବାହାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ୍  ୩୦ରୁ ଅଧିକ ମହିଳା ଓ ପୁରୁଷ କର୍ମୀଙ୍କୁ ଗିରଫ କରିଥିଲା। ପରେ ୧୦୦ରୁ ଅଧିକ କର୍ମୀ ଉମରକୋଟ ଥାନା ଘେରାଉ କରିଥିଲେ। ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ଆଦିବାସୀଙ୍କ ଜଙ୍ଗଲ ଜମି […]

umaracote

umaracote

Rakesh Mallick
  • Published: Wednesday, 29 June 2016
  • Updated: 29 June 2016, 04:14 PM IST

Sports

Latest News

ଉମରକୋଟ: କଂଗ୍ରେସ ଆଦିବାସୀ ସେଲ ଅଧ୍ୟକ୍ଷ ପ୍ରଦୀପ ମାଝିଙ୍କୁ ଜେଲରୁ ଖଲାସ କରିବା ଦାବିରେ ଆଜି ୩୦୦ରୁ ଅଧିକ କଂଗ୍ରେସ କର୍ମୀ ଉମରକୋଟ ସବଜେଲ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ  ଜେଲ ବାହାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ୍  ୩୦ରୁ ଅଧିକ ମହିଳା ଓ ପୁରୁଷ କର୍ମୀଙ୍କୁ ଗିରଫ କରିଥିଲା। ପରେ ୧୦୦ରୁ ଅଧିକ କର୍ମୀ ଉମରକୋଟ ଥାନା ଘେରାଉ କରିଥିଲେ।

ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ଆଦିବାସୀଙ୍କ ଜଙ୍ଗଲ ଜମି ଓ ରାସନକାର୍ଡ ପ୍ରଦାନ ଦାବିରେ ପ୍ରଦୀପ ମାଝିଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିଥିଲେ। ରାଇଘର ଫରେଷ୍ଟ ରେଞ୍ଜ ଅଫିସରେ କର୍ମୀମାନେ ଗଣ୍ଡଗୋଳ କରିବାରୁ ପ୍ରଦୀପଙ୍କ ସମେତ କିଛ କର୍ମୀଙ୍କୁ ପୋଲିସ୍ ଗିରଫ କରି ଜେଲ ପଠାଇ ଦେଇଥିଲା।

ପ୍ରଦୀପ ଓ ଅନ୍ୟ କଂଗ୍ରେସ କର୍ମୀଙ୍କ ବିରୋଧରେ ରୁଜୁ ମାମଲା ପ୍ରତ୍ୟାହାର ଓ ସେମାନଙ୍କୁ ମୁକ୍ତ କରିବା ଦାବିରେ କଂଗ୍ରେସ ପକ୍ଷରୁ ଗତକାଲି ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos