ପ୍ରଦୀପ ମାଝୀଙ୍କ ପରିବାରର ‘ସିସୋର’ ଲିଙ୍କର ସି.ବି.ଆଇ ତଦନ୍ତ ଦାବିରେ କାଲି ବିକ୍ଷୋଭ କରିବ ବିଜେଡି

ଭୁବନେଶ୍ୱର: ବିଭିନ୍ନ ପ୍ରସଙ୍ଗରେ ଅଡୁଆରେ ଥିବା ଶାସକ ବିଜେଡି ଏବେ ଚିଟ୍‌ଫଣ୍ଡ୍‌ ଲିଙ୍କ୍‌ ପ୍ରସଙ୍ଗରେ କଂଗ୍ରେସ ନେତା ଓ ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀଙ୍କୁ ଘେରିବାକୁ ଅଣ୍ଟା ଭିଡ଼ିଛି। ଆସନ୍ତାକାଲି ଦଳ ପକ୍ଷରୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ବିଜେଡିର ନବରଙ୍ଗପୁର ଜିଲ୍ଲା ସଭାପତି ରମେଶ ମାଝୀ କହିଛନ୍ତି,“ପ୍ରଦୀପ ମାଝୀ ଓ ତାଙ୍କ ପରିବାର ସିସୋର ଚିଟ୍‌ଫଣ୍ଡରେ ସାମିଲ ଅଛନ୍ତି। ତେଣୁ ଆସନ୍ତାକାଲି ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ […]

pradeep-majhi

pradeep-majhi

Rakesh Mallick
  • Published: Monday, 25 July 2016
  • Updated: 25 July 2016, 08:44 PM IST

Sports

Latest News

pradeep-majhiଭୁବନେଶ୍ୱର: ବିଭିନ୍ନ ପ୍ରସଙ୍ଗରେ ଅଡୁଆରେ ଥିବା ଶାସକ ବିଜେଡି ଏବେ ଚିଟ୍‌ଫଣ୍ଡ୍‌ ଲିଙ୍କ୍‌ ପ୍ରସଙ୍ଗରେ କଂଗ୍ରେସ ନେତା ଓ ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀଙ୍କୁ ଘେରିବାକୁ ଅଣ୍ଟା ଭିଡ଼ିଛି। ଆସନ୍ତାକାଲି ଦଳ ପକ୍ଷରୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ।

ବିଜେଡିର ନବରଙ୍ଗପୁର ଜିଲ୍ଲା ସଭାପତି ରମେଶ ମାଝୀ କହିଛନ୍ତି,“ପ୍ରଦୀପ ମାଝୀ ଓ ତାଙ୍କ ପରିବାର ସିସୋର ଚିଟ୍‌ଫଣ୍ଡରେ ସାମିଲ ଅଛନ୍ତି। ତେଣୁ ଆସନ୍ତାକାଲି ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ଏବଂ ସେମାନଙ୍କୁ ସିବିଆଇ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରାଯିବ।”

କଂଗ୍ରେସ କହିଛି ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେଡି ଏଭଳି କରୁଛି।

କଂଗ୍ରେସ ବିଧାୟକ ଭୁଜବଳ ମାଝୀ କହିଛନ୍ତି,“ପ୍ରଦୀପ ମାଝୀଙ୍କ ପରିବାର ଲୋକେ ମକା ବଦଳରେ ପଇସା ଆଣିଛନ୍ତି। ତେଣୁ ବିଜେଡି କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି କରୁଛି। ସେମାନେ ଚିଟ୍‌ଫଣ୍ଡ୍ ମାମଲାରେ ଜେଲ୍‌ରେ ପଶି ଥିବା ସେମାନଙ୍କ ନେତାଙ୍କୁ ବାହାର କରିବାକୁ ଉଦ୍ୟମ ଚଳାଇଛନ୍ତି।”

ସିସୋର ଆକାଉଣ୍ଟରୁ ପ୍ରଦୀପଙ୍କ ବାପା ଭଗବାନ ମାଝୀଙ୍କ ଆକାଉଣ୍ଟକୁ ୩୫ ଲକ୍ଷ ଟଙ୍କା ଯାଇଥିଲା। ତେବେ ସେ ସଫେଇ ଦେଇଛନ୍ତି ଯେ ମକା ବିକ୍ରି ବାବଦକୁ ଏହି ଅର୍ଥ ତାଙ୍କ ଆକାଉଣ୍ଟକୁ ଆସିଥିଲା। ସେହିପରି ପ୍ରଦୀପଙ୍କ ସାନ ଭାଇ ପ୍ରସନ୍ନ ସିସୋର ଏଗ୍ରିକଲଚରାଲ୍ ପ୍ରମୋସନ୍ କଂପାନୀର କମିଶନ ଏଜେଣ୍ଟ ଥିଲେ। ତାଙ୍କ ଆକାଉଣ୍ଟରୁ ଜଣାପଡ଼ିଛି ଯେ ସିସୋର ସହିତ ତାଙ୍କର ୧.୬୨ କୋଟି ଟଙ୍କାର କାରବାର ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos