ପ୍ରକାଶ ପାଇଲା ସମ୍ୱଲପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଫଳ

ସମ୍ୱଲପୁର: ସମ୍ୱଲପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ମୋଟ ୨୭,୨୯୫ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୧୯, ୧୬୪ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। କଳା ସମ୍ମାନରେ ୮୪.୯୧ % ଓ ପାସ୍‌ରେ ୮୧.୬୮%  ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।  ବିଜ୍ଞାନ ସମ୍ମାନରେ ୮୫.୧୯% ଓ  ପାସ୍‌ରେ ୬୫.୯୬% ଛାତ୍ରଛାତ୍ରୀ ସଫଳ ହୋଇଥିବା ବେଳେ ବାଣିଜ୍ୟ ସମ୍ମାନରେ ୮୮.୬୮% ଓ ପାସ୍‌ରେ ୬୬.୦୩% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି।

ପରୀକ୍ଷା ଫଳ ବିଶ୍ୱବିଦ୍ୟାଳୟର ୱେବସାଇଟ୍‌ www.odisharesult.nic.in ଓ ମୋବାଇଲ୍‌ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଉପଲବ୍ଧ ହେଉଛି।