ବେସାମରିକ ପ୍ରତିରକ୍ଷା ବିଭାଗର ଡିଜି ଭାବେ ଦାୟିତ୍ୱ ତୁଲାଇବେ ପ୍ରକାଶ ମିଶ୍ର

ଭୁବନେଶ୍ୱର: ଓଡ଼ିଶା ପୋଲିସ୍ ଓ ସିଆରପିଏଫର ପୂର୍ବତନ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ରଙ୍କୁ ବେସାମରିକ ପ୍ରତିରକ୍ଷା ବିଭାଗର ଡିଜି ଭାବେ ନିୟୁକ୍ତ ଦିଆଯାଇଛି। ଏଥିସହ ଅଗ୍ନିଶମ ଓ ହୋମଗାର୍ଡସ ଡିଜି ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇବେ। ଦୁଇବର୍ଷ ପାଇଁ ସିଭିଲ ଡିଫେନ୍ସର ଡିଜି ଭାବେ ସେ ଦାୟିତ୍ୱ ତୁଲାଇବେ।

ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିବା ବେଳେ ସେ ରାଜ୍ୟପାଳଙ୍କ ପରାମର୍ଶଦାତା ଭାବେ ମଧ୍ୟ ନିଯୁକ୍ତି ପାଇଥିଲେ।