ପ୍ରକାଶ ମିଶ୍ର ଉତ୍ତରାଖଣ୍ଡ ରାଜ୍ୟପାଳଙ୍କ ପରାମର୍ଶଦାତା ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ଡିଜିପି ତଥା ପୂର୍ବତନ ସିଆରପିଏଫ୍‌ ଡିଜି ପ୍ରକାଶ ମିଶ୍ରଙ୍କୁ ରବିବାର ନୂଆ ନିଯୁକ୍ତି ଦିଆଯାଇଛି। ସେ ଉତ୍ତରାଖଣ୍ଡ ରାଜ୍ୟପାଳଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି। ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ଜାରି ହେବା ପରେ ତାଙ୍କୁ ରାଷ୍ଟ୍ରପତି ଏହି ନୂଆ ଦାୟିତ୍ୱ ଦେଇଛନ୍ତି। ଆସନ୍ତାକାଲି ପ୍ରକାଶ ମିଶ୍ର କାର୍ଯ୍ୟରେ ଯୋଗ ଦେବେ। ନୂଆ ନିଯୁକ୍ତି ସମ୍ପର୍କରେ ପ୍ରକାଶ କହିଛନ୍ତି, “ଏହା ମୋ ପାଇଁ ଗୁରୁଦାୟିତ୍ୱ ଓ ଏହାକୁ ଉତ୍ତମ ଭାବେ ସମ୍ପାଦନ କିରିବାକୁ ଚେଷ୍ଟା କରିବି।”

ଗତମାସରେ ସେ ସିଆରିପିଏଫ୍‌ ଡିଜି ପଦରୁ ଅବସର ନେଇଥିଲେ।