ଓଜେଇଇ ଦ୍ୱିତୀୟ ପର୍ଯ୍ୟାୟ ରେଜଲ୍ଟ ପ୍ରକାଶ

ଭୁବନେଶ୍ୱର: ଓଜେଇଇ ଦ୍ୱିତୀୟ ପର୍ଯ୍ୟାୟ ରେଜଲ୍ଟ ପ୍ରକାଶ ପାଇଛି। ଏଥିପାଇଁ ଛାତ୍ରଛାତ୍ରୀମାନେ ସେମାନଙ୍କ ରାଙ୍କ କାର୍ଡ ଅଗଷ୍ଟ ୪ ତାରିଖଠାରୁ ୱେବସାଇଟ୍‌ରୁ ଡାଉନଲୋଡ କରିପାରିବେ।

ଅଗଷ୍ଟ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ରେଜିଷ୍ଟ୍ରେସନ୍ କରାଯିବ। ଅଗଷ୍ଟ ୧୦ରେ ଫାଇନାଲ୍ ଆଲଟମେଣ୍ଟ ହେବ ବୋଲି ଜଣାପଡ଼ିଛି।

ଓଡ଼ିଶାରେ ଖାଲି ପଡ଼ିଥିବା ବୈଷୟିକ, ମ୍ୟାନେଜମେଣ୍ଟ ଓ ଇଞ୍ଜିନିୟରିଂ ସିଟ୍ ପୂରଣ ପାଇଁ ହାଇକୋର୍ଟଙ୍କ ଅନୁମତି କ୍ରମେ ୩୧ ତାରିଖରେ ପରୀକ୍ଷା ହୋଇଥିଲା।