ବିଜୁଙ୍କ ଫଟୋ ଉନ୍ମୋଚନ ପାଇଁ ଭୁବନେଶ୍ୱର ଆସିବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକ ଫଟୋ ଭିତ୍ତିକ ଜୀବନୀ ଉନ୍ମୋଚନ ପାଇଁ ଆସନ୍ତା ୨୭ରେ ଭୁବନେଶ୍ୱର ଆସିବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ପ୍ରଣବ ମୁଖାର୍ଜୀଙ୍କ ସହ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀ, ସିପିଆଇଏମ୍ ମୁଖ୍ୟ ସୀତାରାମ ୟେଚୁରୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି. ଦେବେ ଗୌଡ଼ା ଓ ଅନ୍ୟ କିଛି ବିରୋଧୀ ଦଳର ବରିଷ୍ଠ ନେତା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।  ଏହି ପୁସ୍ତକରେ ବିଜୁ ବାବୁଙ୍କ […]

pranab-mukherjee

pranab-mukherjee

Rakesh Mallick
  • Published: Thursday, 11 January 2018
  • Updated: 11 January 2018, 09:23 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକ ଫଟୋ ଭିତ୍ତିକ ଜୀବନୀ ଉନ୍ମୋଚନ ପାଇଁ ଆସନ୍ତା ୨୭ରେ ଭୁବନେଶ୍ୱର ଆସିବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ପ୍ରଣବ ମୁଖାର୍ଜୀଙ୍କ ସହ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀ, ସିପିଆଇଏମ୍ ମୁଖ୍ୟ ସୀତାରାମ ୟେଚୁରୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି. ଦେବେ ଗୌଡ଼ା ଓ ଅନ୍ୟ କିଛି ବିରୋଧୀ ଦଳର ବରିଷ୍ଠ ନେତା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।  ଏହି ପୁସ୍ତକରେ ବିଜୁ ବାବୁଙ୍କ ସମ୍ପର୍କିତ ବହୁ ବିରଳ ଫଟୋ ସ୍ଥାନ ପାଇଥିବା ଜଣାପଡ଼ିଛି। ଏହାର ଉନ୍ମୋଚନ ଉତ୍ସବରେ ଯୋଗ ଦେବେ ବୋଲି ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।  ଆଡଭାନୀ ଏବଂ ସୀତାରାମ ୟେଚୁରୀଙ୍କ ସହ ମଧ୍ୟ ବିଜେଡି ନେତାମାନେ ଆଲୋଚନା କରିଥିବା ଓ ସେମାନେ ଏଥିରେ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଥିବା ସୂଚନା ମିଳିଛି।

ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି. ଦେବେ ଗୌଡ଼ାଙ୍କୁ ନିମନ୍ତ୍ରଣ କରିବାକୁ ଆସନ୍ତା ୧୪ ତାରିଖରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଙ୍ଗାଲୁରୁ ଯିବେ ବୋଲି ଜଣାପଡ଼ିଛି।  ଏହି କାର୍ଯ୍ୟକ୍ରମକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି। ବିରୋଧୀ ଦଳର ବରିଷ୍ଠ ନେତାଙ୍କୁ କାର୍ଯ୍ୟକ୍ରମରେ ସାମିଲ କରି ବିଜେଡି ନିଜ ଦଳର ତଥା ବିଜୁ ବାବୁଙ୍କ ପ୍ରତିଷ୍ଠାର ଦବ୍ଦବା  ଦେଖାଇବାକୁ କରିବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି। ଏହାକୁ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜେଡିର ରଣନୀତି ବୋଲି ବିରୋଧୀ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos