ପଶୁର୍ରାମ ଶତପଥୀ ହତ୍ୟାକାଣ୍ଡ ମାମଲା: ପ୍ରସନ୍ନ ପାଲ୍ ଓ ଆର୍ତ୍ତତ୍ରାଣ ସିଂଦେଓଙ୍କୁ ସୁପ୍ରିମକୋର୍ଟରେ ମିଳିଲା ଜାମିନ

ବଲାଙ୍ଗିର: ବଲାଙ୍ଗିରର ବହୁ ଚର୍ଚ୍ଚିତ ପର୍ଶୁରାମ ଶତପଥୀ ହତ୍ୟାକାଣ୍ଡ ମାମଲାରେ ଦଣ୍ଡ ଭୋଗୁଥିବା ପ୍ରସନ୍ନ ପାଲ୍ ଓ ଆର୍ତ୍ତତ୍ରାଣ ସିଂଦେଓଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଗତ ମେ’ ୫ରେ ୯ ଜଣଙ୍କୁ ଦୀର୍ଘ ୪୦ ବର୍ଷରେ ପରେ ଦୋଷୀ ସାବ୍ୟସ୍ତ କରିଥିଲେ ମାନ୍ୟବର ହାଇକୋର୍ଟ। ସେମାନଙ୍କୁ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଲେ ଜୀବିତ ଥିବା ତିନି ଜଣ ପୂର୍ବତନ ବିଧାୟକ ପ୍ରସନ୍ନ ପାଲ୍, ଆର୍ତ୍ତତ୍ରାଣ ସିଂଦେଓ ଏବଂ ଧୁବେଇ ପୋଢ଼ଙ୍କୁ ବଲାଙ୍ଗିର ଜେଲକୁ […]

parsuram satapathy murder case

parsuram satapathy murder case

Rakesh Mallick
  • Published: Thursday, 24 September 2015
  • Updated: 24 September 2015, 01:46 PM IST

Sports

Latest News

ବଲାଙ୍ଗିର: ବଲାଙ୍ଗିରର ବହୁ ଚର୍ଚ୍ଚିତ ପର୍ଶୁରାମ ଶତପଥୀ ହତ୍ୟାକାଣ୍ଡ ମାମଲାରେ ଦଣ୍ଡ ଭୋଗୁଥିବା ପ୍ରସନ୍ନ ପାଲ୍ ଓ ଆର୍ତ୍ତତ୍ରାଣ ସିଂଦେଓଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଗତ ମେ’ ୫ରେ ୯ ଜଣଙ୍କୁ ଦୀର୍ଘ ୪୦ ବର୍ଷରେ ପରେ ଦୋଷୀ ସାବ୍ୟସ୍ତ କରିଥିଲେ ମାନ୍ୟବର ହାଇକୋର୍ଟ। ସେମାନଙ୍କୁ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଲେ ଜୀବିତ ଥିବା ତିନି ଜଣ ପୂର୍ବତନ ବିଧାୟକ ପ୍ରସନ୍ନ ପାଲ୍, ଆର୍ତ୍ତତ୍ରାଣ ସିଂଦେଓ ଏବଂ ଧୁବେଇ ପୋଢ଼ଙ୍କୁ ବଲାଙ୍ଗିର ଜେଲକୁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ପ୍ରସନ୍ନ ପାଲ୍ ଓ ଆର୍ତ୍ତତ୍ରାଣ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ। ଆଉ ଆଜି ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟରୁ କାଗଜପତ୍ର ଆସିବା ପରେ ଦୁଇ ଜଣ ବଲାଙ୍ଗିର ଜେଲରୁ ବାହାରିବେ ବୋଲି ଜଣାପଡିଛି।

୧୯୭୪ ନଭେମ୍ବର ୨୯ ତାରିଖରେ ଘଟିଥିଲା ଏହି ହତ୍ୟାକାଣ୍ଡ। ସେତେବେଳେର ଉଦୀୟମାନ ରାଜନେତା ପର୍ଶୁରାମ ଶତପଥୀଙ୍କୁ ଆକ୍ରମଣ କରି ଜିପ୍ ମଡ଼ାଇ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ପରେ ୯ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ପ୍ରଥମେ ବଲାଙ୍ଗୀରର ଏକ କୋର୍ଟ ଓ ପରେ ହାଇକୋର୍ଟ ଅଭିଯୁକ୍ତମାନଙ୍କୁ ନିର୍ଦୋଷରେ ଖଲାସ କରିଥିଲେ। ପରେ ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ହାଇକୋର୍ଟରେ ମାମଲାର ପୁନଃ ଶୁଣାଣି ହୋଇଥିଲା। ଆଉ ମେ’୫ରେ ହାଇକୋର୍ଟ ୯ଅଭିଯୁକ୍ତଙ୍କୁ ସାବ୍ୟସ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos