ପ୍ରତି ଜି଼ଲ୍ଲାରେ ଖୋଲିବ ସ୍କିଲ ଡେଭଲପମେଣ୍ଟ୍ ଆଣ୍ଡ୍ ଏଣ୍ଟରପ୍ରିନିୟରସିପ୍ ସେଣ୍ଟର

ଭୁବନେଶ୍ୱର: ରାଜ୍ୟର ପ୍ରତି ଜିଲ୍ଲାରେ ଖୋଲିବ ଗୋଟିଏ ଲେଖାଏଁ ସ୍କିଲ୍ ଡେଭଲପମେଣ୍ଟ ଆଣ୍ଡ ଏଣ୍ଟରପ୍ରିନିୟରସିପ ସେଣ୍ଟର। ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ ଏହି ସୂଚନା ଦେଇଛନ୍ତି କେନ୍ଦ୍ର କୌଶଳ ଓ ଦକ୍ଷତା ବିକାଶ ମନ୍ତ୍ରୀ ରାଜୀବ ପ୍ରତାପ ରୁଡ୍ଡୀ।

ମୋଦି ସରକାରଙ୍କ କୌଶଳ ଓ ତାଲିମ୍ ବିକାଶ ଯୋଜନାରେ ସମୁଦାୟ ୬ ହଜାର ୭୦୦ କାର୍ଯ୍ୟକ୍ରମ ଅର୍ନ୍ତଭୁକ୍ତ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ କେବଳ ଜିଲ୍ଲାରେ ଟ୍ରେନିଂ ସେଣ୍ଟର ଖୋଲିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତି ବ୍ଲକରେ ଖୋଲାଯିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨୦୨୨ ସୁଦ୍ଧା ୧୫ କୋଟି ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ତା’ସହ ଦେଶରେ ଥିବା ସମସ୍ତ ଆଇଟିଆଇ ଅନୁଷ୍ଠାନକୁ ମିନିଷ୍ଟ୍ରୀ ଅଫ୍ ସ୍କିଲ୍ ଡେଭଲପମେଣ୍ଟ ଅଧୀନକୁ ଅଣାଯିବା ନେଇ ମଧ୍ୟ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର। ଏହାଛଡା ଅବସରପ୍ରାପ୍ତ ୬୦ ହଜାର ପ୍ରତିରକ୍ଷା ଅଧିକାରୀଙ୍କୁ ମଧ୍ୟ ସ୍କିଲ୍ ଡେଭଲପମେଣ୍ଟ ଆଣ୍ଡ ଏଣ୍ଟରପ୍ରିନନିୟରସିପ୍ ଟ୍ରେନିଂ ଦିଆଯିବ। ଯେଉଁମାନେ କି ବିଭିନ୍ନ ସ୍ଥାନରେ ଯୁବକଯୁବତୀମାନଙ୍କୁ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଦେବେ।