ପେଟରେ ପିଲା ଥିଲା, ଏପଟେ ପିଟୁଥିଲା ମଣିଷ..ଆଉ ତା’ପରେ..

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶେଷରେ ନିରବିଗଲା ସେ। କିଛି ଦିନ ଧରି ଜୀବନ ପାଇଁ ଡହଳ ବିକଳ ହୋଇ ଚିତ୍କାର କରିବା ପରେ ଆଜି ସବୁଦିନ ପାଇଁ ସେ ଚୁପ୍‌ ହୋଇଯାଇଛି। ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ଜୀବନ ହାରିଦେଇଛି ସେ। ଖାଲି ଏକା ସେ ଚାଲିଯାଇନି ସାଙ୍ଗରେ ତା’ର ଟିକି  ଛୁଆ ବି ଆରପାରିକୁ ଚାଲିଯାଇଛି। ମା’ କୁକୁର ସହ ଓ ତାର ଗୋଟିଏ ଛୁଆ ଆରପାରିକୁ ଚାଲିଯାଇଛି। ତଥାପି ଡାକ୍ତରଙ୍କ ସତ ଚେଷ୍ଟା  ବିଫଳ ଯାଇନି। […]

dog-1

dog-1

Tapas Behera
  • Published: Tuesday, 28 April 2020
  • Updated: 28 April 2020, 06:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶେଷରେ ନିରବିଗଲା ସେ। କିଛି ଦିନ ଧରି ଜୀବନ ପାଇଁ ଡହଳ ବିକଳ ହୋଇ ଚିତ୍କାର କରିବା ପରେ ଆଜି ସବୁଦିନ ପାଇଁ ସେ ଚୁପ୍‌ ହୋଇଯାଇଛି। ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ଜୀବନ ହାରିଦେଇଛି ସେ। ଖାଲି ଏକା ସେ ଚାଲିଯାଇନି ସାଙ୍ଗରେ ତା’ର ଟିକି  ଛୁଆ ବି ଆରପାରିକୁ ଚାଲିଯାଇଛି। ମା’ କୁକୁର ସହ ଓ ତାର ଗୋଟିଏ ଛୁଆ ଆରପାରିକୁ ଚାଲିଯାଇଛି। ତଥାପି ଡାକ୍ତରଙ୍କ ସତ ଚେଷ୍ଟା  ବିଫଳ ଯାଇନି। ସେଇ କୁକୁରଟି ଆଉ ଗୋଟିଏ ଛୁଆକୁ ବଞ୍ଚାଇଦେଇଛନ୍ତି ଡାକ୍ତର। ହେଲେ ଏତେ ସବୁ କାଣ୍ଡ ଯିଏ ଘଟେଇଛି ତାହା ଜାଣିଲେ ଯେ କେହିବି ହତବାକ୍‌ ହୋଇପାରେ। ଏହି ନୀରିହ ପଶୁଟି ପ୍ରତି ପାଶବିକ ଅତ୍ୟାଚାର କରି ତାକୁ ମୃତ୍ୟୁ ମୁଖକୁ ପଠେଇଥିବା ଆଉ କେହି ପଶୁ ନୁହେଁ ଖୋଦ୍‌ ମଣିଷ। ଏକ ଗର୍ଭବତୀ କୁକୁରକୁ ନୃଶଂସ ଭାବେ ପିଟି ଦରମରା ଭାବେ ଛାଡ଼ି ଦେବା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାଟି ଘଟିଛି ସାମନ୍ତରାପୁରସ୍ଥିତ ଶ୍ରୀରାମ ନଗର ୧୦ ନମ୍ବର ଲେନ୍‌ରେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗତ ୨୧ ତାରିଖରେ ଉକ୍ତ କୁକୁରଟିକୁ କେହି ଜଣେ ମହିଳା ଅତି ନିର୍ଦ୍ଦୟଭାବେ ପିଟିଥିଲେ।  ତେବେ ଗର୍ଭବତୀ କୁକୁରଟି ପଡ଼ି ରହି ରଡ଼ି କରି ଚିତ୍କାର କରିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ପ୍ରାଣୀ ସୁରକ୍ଷା ସଂଗଠନକୁ ଫୋନ୍‌ କରିଥିଲେ।

ଏହାପରେ କୁରୁରଟିକୁ ଉଦ୍ଧାର କରି ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ କୁକୁରର ଅପରେସନ କରାଯାଇ ଦୁଇଟି ଛୁଆକୁ କଢ଼ାଯାଇଥିଲା ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଲକ୍‌ଡାଉନ୍ ସମୟରେ ଦୁଇ ମୁଠା ଖାଇବା ପାଇଁ ଏହି ନୀରିହ ପଶୁମାନେ ଡ଼ହଳବିକଳ ହେଉଥିବା ବେଳେ ସେମାନଙ୍କ ପ୍ରତି ଦୟା ମନୋଭାବ ନ ଦେଖାଇ ନିଷ୍ଠୁର ସାଜିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos