ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ନାଇଜରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି

ଖୋର୍ଦ୍ଧା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜଟଣୀସ୍ଥିତ ନାଇଜରରେ ଆରମ୍ଭ ହୋଇଯାଇଛି କଡ଼ା ସୁରକ୍ଷା ପ୍ରକ୍ରିୟା। ଆଜି କମ୍ପାସକୁ ଯାଇ ପୋଲିସ ଡିଜି କେ.ବି ସିଂ ଓ ପୋଲିସ କମିଶନର ୱାଇ.ବି.ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ହେଲିପ୍ୟାଡ୍ ଓ ସଭାମଞ୍ଚ ସ୍ଥାନ ଯାଞ୍ଚ କରିଥିଲେ ଡିଜିପି। ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପରେ ଡିଜିପି କେ.ବି ସିଂ କହିଥିଲେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ଏଥିପାଇଁ ୪୦ ପ୍ଲାଟୁନ୍ […]

visit

visit

Rakesh Mallick
  • Published: Thursday, 04 February 2016
  • Updated: 04 February 2016, 12:17 PM IST

Sports

Latest News

ଖୋର୍ଦ୍ଧା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜଟଣୀସ୍ଥିତ ନାଇଜରରେ ଆରମ୍ଭ ହୋଇଯାଇଛି କଡ଼ା ସୁରକ୍ଷା ପ୍ରକ୍ରିୟା। ଆଜି କମ୍ପାସକୁ ଯାଇ ପୋଲିସ ଡିଜି କେ.ବି ସିଂ ଓ ପୋଲିସ କମିଶନର ୱାଇ.ବି.ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ହେଲିପ୍ୟାଡ୍ ଓ ସଭାମଞ୍ଚ ସ୍ଥାନ ଯାଞ୍ଚ କରିଥିଲେ ଡିଜିପି।

ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପରେ ଡିଜିପି କେ.ବି ସିଂ କହିଥିଲେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ଏଥିପାଇଁ ୪୦ ପ୍ଲାଟୁନ୍ ଫୋର୍ସ  ମୁତୟନ ହେବେ। ସୁରକ୍ଷା ଦାୟିତ୍ୱରେ ଜଣେ ଆଇଜିଙ୍କ ସମେତ ୪ ଜଣ ଏସପି ପାହ୍ୟା ଅଧିକାରୀ ନିୟୋଜିତ ହେବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୭ ତାରିଖ ସକାଳ ୯ଟା ୧୫ ମିନିଟ ସମୟରେ ନାଇଜରକୁ ଲୋକାର୍ପଣ କରିବେ। ଏହା ପରେ ୩ ମିନିଟର ଏକ ଭିଡିଓ ପ୍ରଦର୍ଶନିକୁ ଦେଖିବା ପରେ ପ୍ରାୟ ୩୦୦୦ ଛାତ୍ରଛାତ୍ରୀ ଓ ଅଧ୍ୟାପକଅଧ୍ୟାପିକାଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଆଉ ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଅନୁମୋଦିତ ପ୍ଲାନ୍ ଏବଂ ଡିଜାଇନ୍ ଅନୁସାରେ ସଭାମଞ୍ଚ ଏବଂ ଦର୍ଶକ ବସିବା ସ୍ଥାନର ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଲାଣି।

ପ୍ରଧାନମନ୍ତ୍ରୀ ଓ ମୂଖ୍ୟମନ୍ତ୍ରୀ ହେଲିକପଟର ଯୋଗେ ଆସିବାକୁ ଥିବାରୁ ଦୁଇ ଗୋଟି ଭିନ୍ନ ଭିନ୍ନ ହେଲିପ୍ୟାଡ୍ ନିର୍ମାଣ ଚାଲିଛି। ପ୍ରଧାନମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ହେଲିପ୍ୟାଡରେ ୩ଟି ଏବଂ ମୂଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ହେଲିପ୍ୟାଡରେ ଗୋଟିଏ ହେଲିକପଟର ଅବତରଣ କରିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos