ନୂଆପଡ଼ା(ମାୟାଧର ସରାଫ): ୪୦୦୦ ଟଙ୍କା ଲାଞ୍ଚ ନେବା କାଳ ହେଲା । ଭିଜିଲାନ୍ସ ହାତରେ ଧରା ପଡ଼ିଗଲେ ପ୍ରିନ୍ସିପାଲ। ନିଜ ସହକର୍ମୀ ଟିଜିଟି ଶିକ୍ଷକଙ୍କ ଏରିୟର ଇଂକ୍ରିମେଣ୍ଟ ବାହାର କରିବା ପାଇଁ ୪୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଦେଲା ଭିଜିଲାନ୍ସ। ଶେଷରେ ଭିଜିଲାନ୍ସ ଜାଲରେ ପଡ଼ିଗଲେ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ବାଦୀ ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ସୁଜନ କୁମାର ସାହୁ ।
ସୂଚନାଯୋଗ୍ୟ, ପ୍ରିନ୍ସିପାଲ ସୁଜନ କୁମାର ସାହୁଙ୍କୁ ବିଦ୍ୟାଳୟର ଟିଜିଟି ଶିକ୍ଷକ ରାମକୃଷ୍ଣ ପ୍ରଧାନ ଏରିୟର ଇଂକ୍ରିମେଣ୍ଟ ବାହାର କରିବା ପାଇଁ ଅନୁରୋଧ କରିଥିଲେ। ମାତ୍ର ଏଥିନିମନ୍ତେ ୪୦୦୦ ଟଙ୍କା ଦେବାକୁ ପ୍ରିନ୍ସିପାଲ କହିଥିଲେ। ଏନେଇ ରାମକୃଷ୍ଣ ଭିଜିଲାନ୍ସ ଦ୍ୱାରସ୍ଥ ହୋଇଥିଲେ।
ଏହାପରେ ପୂର୍ବ ଯୋଜନା ମୁତାବକ, ଆଜି ରାମକୃଷ୍ଣ ପ୍ରିନ୍ସିପାଲଙ୍କୁ ତାଙ୍କ ଅଫିସ୍ ଚାମ୍ବରରେ ରଙ୍ଗ ବୋଳା ୪ ହଜାର ଟଙ୍କା ଦେଇଥିଲେ। ଉକ୍ତ ସମୟରେ ପୂର୍ବ ଯୋଜନା ମୁତାବକ ଛପି ରହିଥିବା ନୂଆପଡା ଓ କଳାହାଣ୍ତି ଭିଜିଲାନ୍ସ ଟିମ୍ ପ୍ରିନ୍ସିପାଲଙ୍କୁ କାବୁ କରିବା ସହ ରଙ୍ଗ ବୋଳା ନୋଟ୍ ଜବତ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଝୁମର ବିକ୍ରି ନାଁରେ ୧୯ ଲକ୍ଷ ଚୁନ ମାରିଲେ ବ୍ୟବସାୟୀ; ବଦଳାଇ ଦେଲେ ଟଙ୍କା ବାକ୍ସ
ଗତକାଲି ରାତିରେ ଅଜୟ ଓ ଶିବଶଙ୍କରଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୯ ଲକ୍ଷ ଟଙ୍କା ଜବତ କରିଥିଲା।
Miscellaneous
ଜଙ୍ଗଲରେ ପାଟ୍ରୋଲିଂ କରିବ ଅଲ୍-ଟେରେନ୍ ମୋଟର ଯାନ; ଆଖି ପିଛୁଳାକେ ଲିଭାଇବ ନିଆଁ
ଘଞ୍ଚ ଜଙ୍ଗଲ ଭିତରେ ଗଡ଼ିବ ମୋଟର ଯାନ । ନିଆଁ ଲାଗିଲେ ତାହାକୁ ପ୍ରତିହତ କରିବାକୁ ତତକ୍ଷଣାତ ଏହା ନେଇ ପାରିବ ପଦକ୍ଷେପ । ଏଥିପାଇଁ ରାଜ୍ୟର ବିଭିନ୍ନ ଜଙ୍ଗଲକୁ ମିଳିଛି ଅଲ୍-ଟେରେନ୍ ମୋଟର ଯାନ ବା ଏଟିଭି ଏବଂ ଅଗ୍ନି ନିରାକରଣ ସହାୟତା ୟୁନିଟ୍ ।
Crime
କାର୍ରୁ ବାହାରିଲା ୮୮ କେଜି ରୂପା ଇଟା ଓ ନଗଦ ୫ ଲକ୍ଷ ଟଙ୍କା
କାର୍ରେ ଚାଲାଣ ହେଉଥିଲା ରୂପା ଇଟା। ତା’ ସହ ନଗଦ ଟଙ୍କା ବି ଭର୍ତ୍ତି ହୋଇଥିଲା। ଜିଏସ୍ଟି ଫାଙ୍କି କାର୍ଟି ଯାଉଥିବା ବେଳେ ବାଟରେ ମାଡ଼ି ବସିଲା ପୁଲିସ୍।
Accident
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା;୨ ମୃତ, ୨ଗୁରୁତର
ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
Crime
ବିଚ୍ ବଜାରରେ ବୀଭତ୍ସ କାଣ୍ଡ; ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ପୂର୍ବ ଶତ୍ରୁତା ହେଲା କାଳ । ବିଚ୍ ବଜାରରେ ଜଣେ ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ।