ରାଜପଥ ମରାମତି ଦାବିରେ ବସ୍‌ ଚଳାଚଳ ବନ୍ଦ

ବାରିପଦା: ମୟୂରଭଞ୍ଜ ବସ ମାଲିକ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବସ୍ ଚଳାଚଳ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ  ମରାମତି ଜାତୀୟ ରାଜପଥ ଦାବି କରି ୧୮ ଓ ୪୯ ନମ୍ବର ଜାତୀୟ ରାଜପଥରେ ବସ୍ ଚଳାଚଳ ବନ୍ଦ ରଖାଯାଇଛି। ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ବାରିପଦା ସହରରୁ ବମ୍ବେଛକ ଓ ଜାମୋଶୋଳାଠାରୁ କେନ୍ଦୁଝର ଯାଏଁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ରାସ୍ତାରେ ଶହେରୁ ଊର୍ଦ୍ଧ୍ୱ ବସ୍ ବନ୍ଦ ହେବା ଯୋଗୁଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।