ମହିଳା ଓ ଶିଶୁ ନିର୍ଯାତନା ପ୍ରତି ଏମିତି ସମ୍ବେଦନଶୀଳ ଆମ ପୋଲିସ୍

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ରାଜ୍ୟର ମହିଳା ଓ ଶିଶୁମାନଙ୍କୁ ସାମାଜିକ ତଥା ଆଇନଗତ ସୁରକ୍ଷା ପାଇଁ ପ୍ରତ୍ୟେକ ଜିଲ୍ଲାର ଥାନା ଗୁଡ଼ିକରେ ଗତ ୨୦୦୫ରୁ ରାଜ୍ୟ ସରକାର ପ୍ରତିଷ୍ଠା କରିଛନ୍ତି ମହିଳା ଓ ଶିଶୁ ଡେସ୍କ। ରାଜ୍ୟର ୫୩୭ଟି ଥାନାରେ ଏହା ପ୍ରତିଷ୍ଠା ହୋଇଛି। ହେଲେ କେଉଁ ଥାନାରେ କର୍ମଚାରୀ ଶୂନ ତ ଆଉ କେଉଁଠି ଚାଲୁଛି ଭଡ଼ା ଘରେ। ଆବଶ୍ୟକ ଭିତ୍ତିଭୂମି ଅଭାବରୁ ମହିଳା ଏବଂ ଶିଶୁଙ୍କୁ ସୁରକ୍ଷା ଦେବା ତ ଦୂରର କଥା, ନିଜେ ଅସୁରକ୍ଷିତ ହୋଇପଡ଼ିଛି ଏହି ମହିଳା ଓ ଶିଶୁ ଡେସ୍କ।

ମହିଳା ଏବଂ ଶିଶୁ ଡେସ୍କ ନାଁରେ ଧରାପଡ଼ିଯାଇଛି ସରକାରଙ୍କ ଆଉ ଏକ ଫମ୍ପା ପ୍ରତିଶ୍ରୁତି। ଫାଙ୍କା ପଡ଼ିଛି ମହିଳା ଏବଂ ଶିଶୁ ଡେସ୍କ। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଭିତରେ ନୁହେଁ, ବାହାରେ ଗଛମୂଳେ ବସିଛନ୍ତି ଅଭିଯୋଗକାରୀ। ଟିଣଛପର ଥାନା ଗୃହ ବାରଣ୍ଡାରେ ବସିଛନ୍ତି ଥାନା ବାବୁ। ସେଇଠି ରୋଷେଇ, ସେଇଠି ଅଭିଯୋଗ ଶୁଣାଣି। ଯେଉଁଠି ଥାନା ବାବୁଙ୍କ ବସିବା ପାଇଁ ଜାଗା ନାହିଁ, ସେଠି ଶିଶୁ ଓ ମହିଳା ଡେସ୍କ କଥା ପଚାରେ କିଏ। ଜଙ୍କିଆ ଥାନାରେ ନୂଆ ବିଲ୍ଡ଼ିଂ ଅଛି। ତେବେ ମହିଳା ଓ ଶିଶୁ ଡେସ୍କ କଥା ନପଚାରିବା ଭଲ।

ଜଙ୍କିଆ ଓ ନିରାକାରପୁର ଥାନାର ମହିଳା ଏବଂ ଶିଶୁ ଡେସ୍କ କଥା ଛାଡନ୍ତୁ। ଖୋର୍ଦ୍ଧାର ସଦର ଥାନାର ଚିତ୍ର ଆହୁରି ଭୟଙ୍କର। ଏଠାରେ ଅଧିକାରୀ ନଥିବାରୁ ଗୋଦାମ ଗୃହ ପାଲଟି ଯାଇଛି ମହିଳା ଓ ଶିଶୁ ଡେସ୍କ। ଖୋଦ୍ ଟାଉନ ଥାନାରେ ସ୍ୱତନ୍ତ୍ର କୋଠା ତିଆରି ହୋଇଛି। ବୋର୍ଡ ବି ଲାଗିଛି। ହେଲେ ଅଧିକାରୀ ନଥିବାରୁ ଫାଙ୍କା ପଡ଼ିଛି ମହିଳା ଓ ଶିଶୁ ଡେସ୍କ। କେବଳ ଯାହା ବେଞ୍ଚ ଖଣ୍ଡେ ପଡ଼ିଛି। ଆଉ ସିନିୟର ସିଟିଜେନ୍ ବୋର୍ଡ ତ ଅଦରକାରୀ ହୋଇପଡ଼ିରହିଛି। ବାଲୁଗାଁ ଏବଂ ବାଣପୁରରେ ବି ମହିଳା ଓ ଶିଶୁ ଡେସ୍କର ସମାନ ଅବସ୍ଥା।

ଗତ କିଛିଦିନ ହେଲା, ରାଜ୍ୟରେ ବଢ଼ି ଚାଲିଛି ନାବାଳିକା ଓ ଶିଶୁ ନିର୍ଯାତନାର ଅଭିଯୋଗ। ୨୦୧୬ ଅପେକ୍ଷା ୨୦୧୭ରେ ଦୁଷ୍କର୍ମ ମାମଲା ବଢ଼ିବା ସହ ପ୍ରତିଦିନ ୬ ମହିଳା ଦୁଷ୍କର୍ମର ଶିକାର ହେଉଥିବା ଶ୍ୱେତପତ୍ରରେ ସ୍ୱୀକାର ମଧ୍ୟ କରିଛନ୍ତି ରାଜ୍ୟ ସରକାର। ତେବେ ୨୦୦୫ରୁ ଥାନା ଗୁଡ଼ିକରେ ପ୍ରତିଷ୍ଠା ହୋଇଥିବା ମହିଳା ଓ ଶିଶୁ ଡେସ୍କ ଗୁଡ଼ିକର କାହିଁକି ଏଭଳି ଅବସ୍ଥା ? କାହା ସ୍ୱାର୍ଥରେ ପ୍ରତିଷ୍ଠା ହୋଇଛି ଏହି ମହିଳା ଓ ଶିଶୁ ଡେସ୍କ ? ମହିଳା ଓ ଶିଶୁ ଡେସ୍କ ସେବା ଘୋଷଣା କରି ନିଜର ଉତ୍ତରଦାୟିତ୍ୱକୁ ରାଜ୍ୟ ସରକାର ଭୁଲିଯାଉଛନ୍ତି କିପରି ? ଏବେ ଏମିତି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି।

Ordigital Desk
• Published: Sunday, 20 May 2018
• Updated: 20 May 2018, 09:37 PM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos