ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପାଇଁ ପ୍ରଫେସରଙ୍କ ସ୍ୱତନ୍ତ୍ର ଭିଡିଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି ଜୋର ଧରିବାରେ ଲାଗିଛି। ଆସନ୍ତାକାଲି ଏହି ପ୍ରବାଦ ପୁରୁଷଙ୍କ ଜନ୍ମ ଦିନ। ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଦିନରେ ତାଙ୍କ ପାଇଁ ଭାରତ ରତ୍ନ ଦାବି କରି କୋଝିକୋଡ୍‌ରେ ଥିବା ମାଲାବାର ଖ୍ରୀଷ୍ଟିଆନ କଲେଜ୍‌ର ଜଣେ ପ୍ରଫେସର କିଛି ଛାତ୍ରୀଙ୍କ ସହ ମିଶି ଭିଡିଓ ପ୍ରସ୍ତୁତ କରିଛନ୍ତି। ବିଜୁଙ୍କ ଜନ୍ମ ଦିନ ପାଇଁ ସ୍ୱତନ୍ତ୍ର ଭାବେ ପ୍ରଫେସର ବୈଶିଷ୍ଟ ଏମସି କଲେଜର କିଛି […]

Biju

Biju

Hemant Lenka
  • Published: Thursday, 04 March 2021
  • Updated: 04 March 2021, 08:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି ଜୋର ଧରିବାରେ ଲାଗିଛି। ଆସନ୍ତାକାଲି ଏହି ପ୍ରବାଦ ପୁରୁଷଙ୍କ ଜନ୍ମ ଦିନ। ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଦିନରେ ତାଙ୍କ ପାଇଁ ଭାରତ ରତ୍ନ ଦାବି କରି କୋଝିକୋଡ୍‌ରେ ଥିବା ମାଲାବାର ଖ୍ରୀଷ୍ଟିଆନ କଲେଜ୍‌ର ଜଣେ ପ୍ରଫେସର କିଛି ଛାତ୍ରୀଙ୍କ ସହ ମିଶି ଭିଡିଓ ପ୍ରସ୍ତୁତ କରିଛନ୍ତି।

ବିଜୁଙ୍କ ଜନ୍ମ ଦିନ ପାଇଁ ସ୍ୱତନ୍ତ୍ର ଭାବେ ପ୍ରଫେସର ବୈଶିଷ୍ଟ ଏମସି କଲେଜର କିଛି ଛାତ୍ରୀମାନଙ୍କ ସହ ମିଶି ଏହାକୁ ତିଆରି କରିଛନ୍ତି। ମାଲାବାର ଖ୍ରୀଷ୍ଟିଆନ କଲେଜ୍‌ରେ ଇତିହାସ ପାଠ୍ୟକ୍ରମର ଆସୋସିଏଟ ପ୍ରଫେସର ବୈଶିଷ୍ଟ ଓଡ଼ିଶାର ବହୁତ ବଡ଼ ଫ୍ୟାନ। ସେ ପ୍ରସ୍ତୁତ କରିଥିବା ଭିଡିଓର ନାଁ “Bharat Ratna for Biju Patnaik" ରଖାଯାଇଛି।

ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଅବଦାନ ଅତୁଳନୀୟ ଥିଲା। ସେହିପରି ଆଧୁନିକ ଓଡ଼ିଶା ଗଠନରେ ତାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ତଥାପି ତାଙ୍କୁ ଏଯାଏ ଭାରତ ରତ୍ନ ପ୍ରଦାନ କରାଯାଇ ନଥିବାରୁ ବିଜୁ ପ୍ରେମୀ ଅନେକ ସମୟରେ ନିଜର ସ୍ୱର ଉତ୍ତୋଳନ କରନ୍ତି।

ଫ୍ରଫେସର ବୈଶିଷ୍ଟ ପ୍ରସ୍ତୁତ କରିଥିବା ଭିଡିଓରେ ବିଜୁ ପଟ୍ଟନାୟଙ୍କ ସମ୍ପର୍କରେ ତଥ୍ୟ ରହିଛି ଓ ତାଙ୍କୁ କାହିଁକି ଭାରତ ରତ୍ନ ମିଳିବ, ସେ ବିଷୟରେ ବାର୍ତ୍ତା ମଧ୍ୟ ଦିଆଯାଇଛି। ଅନେକ ସମୟରେ ପ୍ରଫେସର ବୈଶିଷ୍ଟ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ସମୟରେ ସେ ଓଡ଼ିଶାର କଳା ସଂସ୍କୃତି ଓ ଆଧୁନିକ ଓଡ଼ିଶା ଗଠନ ପାଇଁ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ଦେଖି ବିମୋହିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos