ଫିଲ୍ମ ଜରିଆରେ ଓସ୍କାର ଚିଟ୍‌ଫଣ୍ଡ ସଂସ୍ଥାର ପ୍ରମୋସନ କରାଉଥିଲେ ପ୍ରଭାସ

ଭୁବନେଶ୍ୱର: ଓସ୍କାର-ଓଲିଉଡ ଲିଙ୍କ ନେଇ କ୍ରାଇମବ୍ରାଞ୍ଚ ତନାଘନା ଚଳାଇଥିବା ବେଳେ ନିଜ ଫିଲ୍ମରେ ସଂସ୍ଥାର ପ୍ରମୋସନ କରାଉଥିଲେ ପ୍ରଭାସ ରାଉତ। ତାଙ୍କ ଫିଲ୍ମରେ ଚତୁରତା ସହ କଳାକାରଙ୍କୁ ବ୍ୟବହାର କରାଯାଉଥିଲା। କିପରି ଓ କେଉଁ ଭୂମିକାରେ ଏହି କଳାକାରଙ୍କୁ ବ୍ୟବହାର କରାଯାଉଥିଲା ଏହାକୁ ନେଇ କ୍ରାଇମ୍‌ବ୍ରାଞ୍ଚ ତନାଘନା ଆରମ୍ଭ କରିଛି। ପ୍ରଭାସଙ୍କ ପ୍ରଯୋଜିତ ଓ ସାଂସଦ ଅନୁଭବ ମହାନ୍ତିଙ୍କ ଅଭିନୀତ ‘ବାଳୁଙ୍ଗା ଟୋକା’ ଫିଲ୍ମରେ ଓସ୍କାର ଚିଟ୍‌ଫଣ୍ଡ ସଂସ୍ଥାର ପ୍ରମୋସନ କରାଯାଇଥିବା ଦୃଶ୍ୟ ରହିଛି। ଏକ ସିନ୍‌ରେ […]

promositin.jpg 2

promositin.jpg 2

Rakesh Mallick
  • Published: Wednesday, 15 June 2016
  • Updated: 15 June 2016, 11:09 PM IST

Sports

Latest News

promositin.jpg 3ଭୁବନେଶ୍ୱର: ଓସ୍କାର-ଓଲିଉଡ ଲିଙ୍କ ନେଇ କ୍ରାଇମବ୍ରାଞ୍ଚ ତନାଘନା ଚଳାଇଥିବା ବେଳେ ନିଜ ଫିଲ୍ମରେ ସଂସ୍ଥାର ପ୍ରମୋସନ କରାଉଥିଲେ ପ୍ରଭାସ ରାଉତ। ତାଙ୍କ ଫିଲ୍ମରେ ଚତୁରତା ସହ କଳାକାରଙ୍କୁ ବ୍ୟବହାର କରାଯାଉଥିଲା। କିପରି ଓ କେଉଁ ଭୂମିକାରେ ଏହି କଳାକାରଙ୍କୁ ବ୍ୟବହାର କରାଯାଉଥିଲା ଏହାକୁ ନେଇ କ୍ରାଇମ୍‌ବ୍ରାଞ୍ଚ ତନାଘନା ଆରମ୍ଭ କରିଛି।

ପ୍ରଭାସଙ୍କ ପ୍ରଯୋଜିତ ଓ ସାଂସଦ ଅନୁଭବ ମହାନ୍ତିଙ୍କ ଅଭିନୀତ ‘ବାଳୁଙ୍ଗା ଟୋକା’ ଫିଲ୍ମରେ ଓସ୍କାର ଚିଟ୍‌ଫଣ୍ଡ ସଂସ୍ଥାର ପ୍ରମୋସନ କରାଯାଇଥିବା ଦୃଶ୍ୟ ରହିଛି। ଏକ ସିନ୍‌ରେ ଓଲିଉଡ୍‌ର ବରିଷ୍ଠ କଳାକାର ମୀନକେତନ ଓସ୍କାର ମ୍ୟାନେଜ୍‌ମେଣ୍ଟ ଚିଟ୍‌ଫଣ୍ଡ ସଂସ୍ଥାର ଡାଇଲଗ୍‌ କହୁଥିବା ଦେଖିବାକୁ ମିଳିଥିଲା। ଚତୁରାତର ସହ ଯୋଜନାବଦ୍ଧ ଭାବେ ଫିଲ୍ମର ସ୍କ୍ରିପ୍ଟରେ ଏହାକୁ ସାମିଲ କରାଯାଇଥିବା ବେଳେ ନାମୀଦାମୀ କଳାକାର ମୁହଁରେ ନିଜ ସଂସ୍ଥାର ପ୍ରମୋସନ କରାଯାଇଥିଲା।

ସେହି ଫିଲ୍ମରେ ଅନ୍ୟ ଏକ ସିନ୍‌ରେ ସାଂସଦ ଅନୁଭବ ମାହାନ୍ତି ତଥା ଫିଲ୍ମର ହିରୋ ଅନୁଭବଙ୍କୁ ୫ ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ୍‌ କରାଇଲେ ସଂସ୍ଥାରେ ଚାକିରି ମିଳିବ ବୋଲି କୁହାଯାଇଛି। ସେହି ଅନୁସାରେ ଅନୁଭବ ଆଉ ଜଣେ କଳାକାରଙ୍କୁ ଫିକ୍ସ ଡିପୋଜିଟ୍‌ ପାଇଁ ବୁଝାଉଛନ୍ତି। ସଂସ୍ଥାକୁ କିପରି ଫିଲ୍ମରେ ପ୍ରମୋସନ କରାଯାଇ ପାରିବ ଓ ଦାମୀ କଳାକାରଙ୍କ ମାଧ୍ୟମରେ ତାହାର ପ୍ରଚାର କରାଯାଇ ପାରିବ ସେ ନେଇ ପ୍ରଭାସ ପ୍ଲାନ୍‌ କରିଥିଲେ। ସେହିପରି ହାସ୍ୟ ଅଭିନେତା ତତ୍ତ୍ୱ ପ୍ରକାଶ ତଥା ପପୁ ପମ୍‌ପମ୍‌ ବାଳୁଙ୍ଗା ଟୋକା ଫିଲ୍ମର ଉପଦେଷ୍ଠା ଥିଲେ।

ହାସ୍ୟ ଅଭିନେତା ହରିହର ମହାପାତ୍ର କହିଛନ୍ତି, ‘ସାଧାରଣ ଜନତାଙ୍କ ଆଶା, ଭରସା ଓ ବିଶ୍ୱାସକୁ ସମ୍ମାନ ଦିଆଯିବା ଉଚିତ। ଯିଏ ଏହାକୁ କୁଠାରଘାତ କରୁଛି ସେ ଦଣ୍ଡ ପାଇବା ଉଚିତ। ଜଣଙ୍କ ପାଇଁ ପୂରା ଓଲିଉଡ଼ ନିନ୍ଦିତ ହେବାକୁ ଯାଉଛି। ଯଦି ଏହା ସତ୍ୟ ତାବେ ଏହା ନିଶ୍ଚିତ ଭାବେ ସାଙ୍ଘାତିକ।’’

ବରିଷ୍ଠ କଳାକାର ମିହିର ଦାସ କହିଛନ୍ତି, “ଯଦି ଫିଲ୍ମ ଗୁଡିକରେ ଲୋକଙ୍କ ଅର୍ଥ ଅପବ୍ୟୟ ହେବା ଅଭିଯୋଗ ଯଦି ସତ୍ୟ ତେମେ ମୁଁ କହିବି ଏହା ସମ୍ପୂର୍ଣ୍ଣ ଭାବେ ଭୁଲ କଥା। ଏପରି ହୋଇଥିଲେ ସମସ୍ତେ ଆଇନର ପରିସରକୁ ଆସିବେ। ମୋ ମତରେ ଆଗକୁ ସମସ୍ତେ ସାବଧାନ ହେବା ଉଚିତ। ଏଭଳି ବ୍ୟକ୍ତି ବିଶେଷଙ୍କୁ ଫିଲ୍ମ ଦୁନିଆରେ କିପରି ପ୍ରବେଶ ନ କରାଯିବ ସେ ନେଇ ବାଟ ବାହାର କରାଯିବା ଉଚିତ। ଏ ନେଇ ସରକାର ଆବଶ୍ୟକ ଆଇନ ଉଚିତ।”

ନିର୍ବାଚନ ସତ୍ୟପାଠରେ ପପୁ ପମ୍‌ପମ୍‌ ପ୍ରଭାସଙ୍କ ପାଖରୁ ଟଙ୍କା ନେଇଥିବା ଉଲ୍ଲେଖ କରିଛନ୍ତି। ଏ ସମ୍ପର୍କରେ ପପୁ କହିଛନ୍ତି, “ନିର୍ବାଚନ ଖର୍ଚ୍ଚ ପାଇଁ ଓସ୍କାର ଚିଟ୍‌ଫଣ୍ଡ ସଂସ୍ଥା ମୁଖ୍ୟ ପ୍ରଭାସ ରାଉତଙ୍କଠାରୁ ୩,୯୪,୦୦୦ ଟଙ୍କା ଉଧାର ଆଣିଥିଲି। ପରବର୍ତ୍ତି ସମୟରେ ମୁଁ ସେ ଉଧାର ଟଙ୍କା ପରିଶୋଧ କରି ଦେଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story