‘ବାଂଲାର ରସଗୋଲା’କୁ  ମିଳିଥିବା ଜିଆଇ ମାନ୍ୟତା ରଦ୍ଦ କରିବା ପାଇଁ ଦାବିପତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ବାଂଲାର ରସଗୋଲା’ ନାଁରେ ମିଳିଥିବା ଭୌଗୋଳିକ ପରିଚିତ ବା ଜିଆଇ ମାନ୍ୟତାକୁ ଅସିଦ୍ଧ ଘୋଷଣା କରିବା ପାଇଁ ଗତକାଲି ଚେନ୍ନାଇ ସ୍ଥିତ ଇଣ୍ଟେଲେକ୍‌ଚୁଆଲ ପ୍ରପର୍ଟି ଅଫିସରେ ଦାବିପତ୍ର ପ୍ରଦାନ କରାଯାଇଛି। ଭୁବନେଶ୍ୱରର ରିଜିଓନାଲ୍‌ ଡେଭ୍‌ଲପ୍‌ମେଣ୍ଟ ଟ୍ରଷ୍ଟ ପକ୍ଷରୁ ରମେଶ ଚନ୍ଦ୍ର ସାହୁ, ଚେନ୍ନାଇ ସ୍ଥିତ ଉତ୍କଳ ଆସୋସିଏସନ ଅଫ୍‌ ମାଡ୍ରାସ୍ ସହାୟତାରେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର  ପ୍ରଦାନ ଅବସରେ ସାଂସ୍କୃତିକ ଅନୁଷ୍ଠାନ ‘ପୁଣ୍ୟ ଉତ୍କଳ’ ପକ୍ଷରୁ ଲେଖକ ସୁଶାନ୍ତ ଓ […]

rasogala

rasogala

Rakesh Mallick
  • Published: Wednesday, 14 February 2018
  • Updated: 14 February 2018, 12:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ବାଂଲାର ରସଗୋଲା’ ନାଁରେ ମିଳିଥିବା ଭୌଗୋଳିକ ପରିଚିତ ବା ଜିଆଇ ମାନ୍ୟତାକୁ ଅସିଦ୍ଧ ଘୋଷଣା କରିବା ପାଇଁ ଗତକାଲି ଚେନ୍ନାଇ ସ୍ଥିତ ଇଣ୍ଟେଲେକ୍‌ଚୁଆଲ ପ୍ରପର୍ଟି ଅଫିସରେ ଦାବିପତ୍ର ପ୍ରଦାନ କରାଯାଇଛି। ଭୁବନେଶ୍ୱରର ରିଜିଓନାଲ୍‌ ଡେଭ୍‌ଲପ୍‌ମେଣ୍ଟ ଟ୍ରଷ୍ଟ ପକ୍ଷରୁ ରମେଶ ଚନ୍ଦ୍ର ସାହୁ, ଚେନ୍ନାଇ ସ୍ଥିତ ଉତ୍କଳ ଆସୋସିଏସନ ଅଫ୍‌ ମାଡ୍ରାସ୍ ସହାୟତାରେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର  ପ୍ରଦାନ ଅବସରେ ସାଂସ୍କୃତିକ ଅନୁଷ୍ଠାନ ‘ପୁଣ୍ୟ ଉତ୍କଳ’ ପକ୍ଷରୁ ଲେଖକ ସୁଶାନ୍ତ ଓ ସାହିତ୍ୟ ପତ୍ରିକା ‘ଓଡ଼ିଆ ପର୍ବ’ର ସଂପାଦକ ସନ୍ତୋଷ କୁମାର ସାହୁ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ମାତ୍ର ଦେଢ ଶହ ବର୍ଷ ତଳେ ରସଗୋଲା ଉଦ୍‌ଭାବନ କରିଛନ୍ତି ବୋଲି ଭୁଲ ତଥ୍ୟ ଉପସ୍ଥାପନ କରି ପଶ୍ଚିମବଙ୍ଗ ଜିଆଇ ହାସଲ କରିଛି। ଶ୍ରୀ ମନ୍ଦିର ଓ ଓଡ଼ିଆ ଜନ ଜୀବନରେ ୮ ଶହ ଓ ହଜାରେ ବର୍ଷ ତଳେ ଯେ ରସଗୋଲା ଥିଲା ତାହା ଆମର ପ୍ରାଚୀନ ସାହିତ୍ୟ ଓ ମାଦଳା ପାଞ୍ଜିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି। ୨ ଶହ ବର୍ଷତଳେ ଭକ୍ତ କବି ବଳରାମ ଦାସଙ୍କ ଦାଣ୍ଡି ରାମୟଣରେ ରସଗୋଲା ସଂପର୍କରେ ଉଲ୍ଲେଖ ରହିଛି। ଅଥଚ ଇଣ୍ଟେଲେକ୍‌ଚୁଆଲ ପ୍ରପର୍ଟି ଅଫିସ୍‌  ସମ୍ମୁଖରେ ସେକଥା ବିଦ୍ଧିବଦ୍ଧ ଭାବରେ ଉପସ୍ଥାପନା କରାଯାଇ ନଥିବାରୁ ପଶ୍ଚିମବଙ୍ଗକୁ ଭୌଗୋଳିକ ପରିଚିତ ମିଳିଛି ବୋଲି ସୂଚନା ମିଳିଛି।

ଗତ ସପ୍ତାହରେ ‘ବାଂଲାର ରସଗୋଲା’ର ଜିଆଇ ମାନ୍ୟତାକୁ ରଦ୍ଦ କରିବା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର ହୋଇଥିବା ବେଳେ ଗତ କାଲିର ଏ ପ୍ରତିବାଦ ଆଉ ଏକ ପଦକ୍ଷପ। ଚେନ୍ନାଇ ସ୍ଥିତ ଜିଆଇ ଅଫିସର ନ୍ୟାୟିକ ବ୍ୟବସ୍ଥା ଆସନ୍ତା ୧୫ ଦିନ ମଧ୍ୟରେ ନୋଟିସ୍‌ ଜାରି କରିବେ ବୋଲି ଆଇ.ପି. ଅଫିସ୍‌ ଉପମୁଖ୍ୟ ସୂଚନା ପ୍ରଦାନ କରିଛନ୍ତି।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos