ମଦ ଦୋକାନକୁ ବିରୋଧ କରି ଧାରଣା

କଟକ(ଓଡ଼ିଶା ରିପୋର୍ଟର): କଟକର ବାଲୁବଜାର ଛକରେ ମଦ ଦୋକାନକୁ ବିରୋଧ କରି ସ୍ଥାନୀୟ ପୂଜା କମିଟି ଓ ସାଧାରଣ ଲୋକେ ଧାରଣା ଦେଇଛନ୍ତି। ସେଠାରେ ମଦ ଦୋକାନ ଖୋଲିବାକୁ ଜଣଙ୍କୁ ଲାଇସେନ୍ସ ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ସ୍କୁଲ, ମନ୍ଦିର ଓ ବିଭିନ୍ନ ଅନୁଷ୍ଠାନ ଥିବା ବେଳେ ସେଠାରେ କିପରି ମଦଦୋକାନ ଖୋଲିବାକୁ ଅନୁମତି ଦିଆଗଲା ସେନେଇ ପ୍ରଶ୍ନ ଉଠାଇଛନ୍ତି ଆନ୍ଦୋଳନକାରୀ। ବାଲୁବଜାର ଛକରୁ ମଦଦୋକାନ ପାଇଁ ଅନୁମତି ପ୍ରତ୍ୟାହାର କରା ନଗଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି। କୁହାଯାଇଛି।