ଗୋଡ଼େଇ ଗୋଡ଼େଇ ଜେଇଙ୍କୁ ପିଟିଲେ, ପୋଲିସକୁ ବି ଛାଡ଼ିଲେନି

ଭୋଗରାଇ(ଓଡିଶା ରିପୋର୍ଟର): ଜଣେ କାର୍ଯ୍ୟରତ ବିଦ୍ୟୁତ୍‌ ବିଭାଗ ଜେଇଙ୍କୁ ଗ୍ରାମବାସୀ ଗୋଡ଼େଇ ଗୋଡ଼େଇ ପିଟିଛନ୍ତି। ଏପରିକି ପୋଲିସକୁ ମଧ୍ୟ ଛାଡିନାହାନ୍ତି ଉତ୍ତ୍ୟକ୍ତ ଲୋକେ। ଶୁକ୍ରବାର ସକାଳେ ବିଲ ମଝିରେ ଏମିତି ସ୍ଥିତି ଦେଖିବାକୁ ମିଳିଥିଲା ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମହିସାଗୁଣ୍ଡା ଗ୍ରାମରେ। କିଛିଦିନ ହେବ ଏହି ଗ୍ରାମରେ ବସିଥିବା ଟ୍ରାନ୍ସଫର୍ମରଟି ପୋଡ଼ି ଯାଇଥିଲା।  ଏ ନେଇ ଅଭିଯୋଗ ପରେ ୨ ଦିନ ତଳେ ନୂଆ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଥିଲା। ଏହାକୁ ଚାର୍ଯ୍ୟ କରିବାକୁ ଯନ୍ତ୍ରୀ ମଦନ […]

bila

bila

Rakesh Mallick
  • Published: Friday, 09 March 2018
  • Updated: 09 March 2018, 04:54 PM IST

Sports

Latest News

ଭୋଗରାଇ(ଓଡିଶା ରିପୋର୍ଟର): ଜଣେ କାର୍ଯ୍ୟରତ ବିଦ୍ୟୁତ୍‌ ବିଭାଗ ଜେଇଙ୍କୁ ଗ୍ରାମବାସୀ ଗୋଡ଼େଇ ଗୋଡ଼େଇ ପିଟିଛନ୍ତି। ଏପରିକି ପୋଲିସକୁ ମଧ୍ୟ ଛାଡିନାହାନ୍ତି ଉତ୍ତ୍ୟକ୍ତ ଲୋକେ। ଶୁକ୍ରବାର ସକାଳେ ବିଲ ମଝିରେ ଏମିତି ସ୍ଥିତି ଦେଖିବାକୁ ମିଳିଥିଲା ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମହିସାଗୁଣ୍ଡା ଗ୍ରାମରେ।

କିଛିଦିନ ହେବ ଏହି ଗ୍ରାମରେ ବସିଥିବା ଟ୍ରାନ୍ସଫର୍ମରଟି ପୋଡ଼ି ଯାଇଥିଲା।  ଏ ନେଇ ଅଭିଯୋଗ ପରେ ୨ ଦିନ ତଳେ ନୂଆ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଥିଲା। ଏହାକୁ ଚାର୍ଯ୍ୟ କରିବାକୁ ଯନ୍ତ୍ରୀ ମଦନ ମୋହନ ସାହୁ ଆସିଥିବା ବେଳେ କେତେଜଣ ଗ୍ରାମବାସୀ ତାଙ୍କୁ ଆକ୍ରମଣ କରିଥିଲେ। ସାର୍ଟ ଘୋଷାଡି ମାଡ଼ ମଧ୍ୟ ମରିଥିଲେ। ପୋଲିସ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣର ଶିକାର ହେବାକୁ ପଡିଥିଲା।

ଘଟଣା ସମ୍ପର୍କରେ ଗ୍ରାମବାସୀ କହିଛନ୍ତି ଯେ, ଜଳସେଚନ ପଏଣ୍ଟକୁ ବିଦ୍ୟୁତ ସଂଯୋଗ ସମସ୍ୟା ହୋଇଥିବାରୁ ବିଲକୁ ପାଣି ମାଡୁନି। ଏଣୁ ରୋଇଥିବା ଧାନଗଛ ସବୁ ପୋଡି ଦିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos