ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ନିଲମ୍ବନ ଆଦେଶ ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ନିଲମ୍ୱିତ ଆଇପିଏସ୍ ଅଧିକାରୀ ତଥା କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ନିଲମ୍ୱନ ଆଦେଶ କାଏମ ରହିପାରେ। ଆଜି ଏ ପ୍ରସଙ୍ଗରେ ସଚ୍ଚିବାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ଉଚ୍ଚସ୍ତରୀୟ ବୈଠକରେ ଗଜଭିୟେଙ୍କ ପ୍ରସଙ୍ଗରେ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ସେ ନେଇ ଆଲୋଚନା ହୋଇଥିଲା। ଏଥିରେ ଗୃହ ସଚିବ ଓ ସାଧାରଣ ପ୍ରଶାସନ ବିଭାଗ ସଚିବ ଉପସ୍ଥିତ ଥିଲେ। କେନ୍ଦ୍ରାପଡ଼ାରେ ଲୋକଙ୍କ ଉପରେ ପୋଲିସର […]

gajaviye

gajaviye

Rakesh Mallick
  • Published: Wednesday, 04 November 2015
  • Updated: 04 November 2015, 04:03 PM IST

Sports

Latest News

ଭୁବନେଶ୍ୱର: ନିଲମ୍ୱିତ ଆଇପିଏସ୍ ଅଧିକାରୀ ତଥା କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ନିଲମ୍ୱନ ଆଦେଶ କାଏମ ରହିପାରେ। ଆଜି ଏ ପ୍ରସଙ୍ଗରେ ସଚ୍ଚିବାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ଉଚ୍ଚସ୍ତରୀୟ ବୈଠକରେ ଗଜଭିୟେଙ୍କ ପ୍ରସଙ୍ଗରେ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ସେ ନେଇ ଆଲୋଚନା ହୋଇଥିଲା। ଏଥିରେ ଗୃହ ସଚିବ ଓ ସାଧାରଣ ପ୍ରଶାସନ ବିଭାଗ ସଚିବ ଉପସ୍ଥିତ ଥିଲେ। କେନ୍ଦ୍ରାପଡ଼ାରେ ଲୋକଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗରେ ଗତ ଅଗଷ୍ଟ ୧୩ରେ ଗଜଭିୟେଙ୍କୁ ନିଲମ୍ୱନ କରାଯାଇଥିଲା। ଅଲ୍ ଇଣ୍ଡିଆ ସର୍ଭିସ୍ ରୁଲ୍ ଅନୁଯାୟୀ କେନ୍ଦ୍ର, ଏହି ନିଲମ୍ୱନକୁ କନଫର୍ମ କରିଥିଲା। ଏ ନେଇ ଡ୍ରାଫ୍ଟ ଚାର୍ଜ କରାଯାଇ ଡିଜିଙ୍କ ମାଧ୍ୟମରେ ତାଙ୍କୁ ଜଣାଇ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos