ପୁରୀ: ୨୦ଟି ହୋଟେଲ୍ ସିଲ୍ କଲା ଜିଲ୍ଲା ପ୍ରଶାସନ
ପୁରୀ: କ୍ଲୋଜର୍ ନୋଟିସ୍ ପରେ ଆଜି ପୁରୀରେ ହୋଟେଲ୍ ସିଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ପ୍ରଦୂଷଣ ବୋର୍ଡ ଆଞ୍ଚଳିକ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଜିଲ୍ଲା ପ୍ରଶାସନ ୨୦ଟି ହୋଟେଲ୍ ସିଲ୍ କରିଛି। ପୁରୀରେ ମୋଟ ୪୦ଟି ହୋଟେଲ୍କୁ କ୍ଲୋଜର୍ ନୋଟିସ୍ ଦିଆଯାଇଛି।
‘କନ୍ସେଣ୍ଟ ଟୁ ଅପରେଟ୍’ ଲାଇସେନ୍ସ ପାଇ ନ ଥିବା ଯୋଗୁଁ ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ହୋଟେଲ୍ ଗୁଡିକୁ କ୍ଲୋଜର୍ ନୋଟିସ୍ ଜାରି କରାଯାଇଛି।
ଦ୍ୱତୀୟ ପର୍ଯ୍ୟାୟରେ ସପ୍ତର୍ଶୀ, ଅମ୍ୱର, ସନରୋ, କଟେଜ୍, ଡିଲାଇଟ୍ ଷ୍ଟାର୍, ହଲିଡେ ଡେଉସ୍ , ମାରିନା ରିସୋର୍ଟ,ରାଧିକା କ୍ରିଷ୍ଣା, ମୋନିହର ଇନ୍, ଲଭ୍ ଆଣ୍ଡ୍ ଲାଇଫ୍, ସାଇରାମ୍, ଆକାଶ ଇଣ୍ଟରନାସନାଲ, ସି ପଲ୍ଲ ଗେଷ୍ଟ ହାଉସ୍, ସ୍ୱର୍ଣ୍ଣଧାମ ହଲିଡେ ହୋମ୍, ପରିଚୟ, ନିୟୁ ଶଙ୍କର ଇଣ୍ଟରନାସନାଲ, ଦୀପକ ଓ ନୀଳମାଧବ ଇଣ୍ଟରନାସନାଲ ହୋଟେଲକୁ ନୋଟିସ୍ ଜାରି ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।