ଶ୍ରୀମନ୍ଦିର ଜଗମୋହନ ମରାମତି ପାଇଁ ଆସିଲା ୩ ଟନ୍ ଷ୍ଟିଲ୍ ଚାଦର

ପୁରୀ: ଶ୍ରୀମନ୍ଦିର ଜଗମୋହନ ମରାମତି ପାଇଁ ଆଜି ପୁରୀରେ ପହଞ୍ଚିଛି ଷ୍ଟେନ୍‌ଲେସ୍ ଷ୍ଟିଲ୍ ଚାଦର। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ତିନି ଟନ୍ ଷ୍ଟିଲ୍ ଚାଦର ଅଣାଯାଇଛି। ବୈଷୟିକ କମିଟି ଓ ମାଦ୍ରାସ ଆଇଆଇଟି ବିଶେଷଜ୍ଞ ସୁପାରିଶ ଅନୁସାରେ ଏହି ଷ୍ଟିଲ୍ ଚାଦର ଅଣାଯାଇଛି। ଜଗମୋହନ ମରାମତି ପାଇଁ ଆଉ ୧୮ ଟନ୍ ଷ୍ଟେନ୍‌ଲେସ୍ ଷ୍ଟିଲ୍ ଆବଶ୍ୟକ। ଜୁନ୍ ଦ୍ୱିତୀୟ ସପ୍ତାହରେ ଏହା ପୁରୀରେ ପହଞ୍ଚିବ ବୋଲି ଜଣାପଡ଼ିଛି। ମୁମ୍ବାଇରୁ ଏହି ଷ୍ଟିଲ୍ ଅଣାଯିବ। ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ […]

steel

steel

Rakesh Mallick
  • Published: Wednesday, 01 June 2016
  • Updated: 01 June 2016, 07:33 AM IST

Sports

Latest News

steelପୁରୀ: ଶ୍ରୀମନ୍ଦିର ଜଗମୋହନ ମରାମତି ପାଇଁ ଆଜି ପୁରୀରେ ପହଞ୍ଚିଛି ଷ୍ଟେନ୍‌ଲେସ୍ ଷ୍ଟିଲ୍ ଚାଦର। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ତିନି ଟନ୍ ଷ୍ଟିଲ୍ ଚାଦର ଅଣାଯାଇଛି। ବୈଷୟିକ କମିଟି ଓ ମାଦ୍ରାସ ଆଇଆଇଟି ବିଶେଷଜ୍ଞ ସୁପାରିଶ ଅନୁସାରେ ଏହି ଷ୍ଟିଲ୍ ଚାଦର ଅଣାଯାଇଛି।

ଜଗମୋହନ ମରାମତି ପାଇଁ ଆଉ ୧୮ ଟନ୍ ଷ୍ଟେନ୍‌ଲେସ୍ ଷ୍ଟିଲ୍ ଆବଶ୍ୟକ। ଜୁନ୍ ଦ୍ୱିତୀୟ ସପ୍ତାହରେ ଏହା ପୁରୀରେ ପହଞ୍ଚିବ ବୋଲି ଜଣାପଡ଼ିଛି। ମୁମ୍ବାଇରୁ ଏହି ଷ୍ଟିଲ୍ ଅଣାଯିବ।

ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ଆଶିଷ ସୁବୁଦ୍ଧି କହିଛନ୍ତି,“ଆଜି ଯେଉଁ ୩ଟି ଷ୍ଟିଲ୍ ଚାଦର ଆସିଛି ସେଗୁଡ଼ିକର ଲମ୍ବା ୨୦ ଫୁଟ୍, ଚଉଡ଼ା ୫ ଫୁଟ୍ ଓ ମୋଟେଇ ଦେଢ଼ ଇଞ୍ଚ। ଜଗମୋହନର ଚାରୋଟି କଲମର କ୍ୟାପିଟାଲ୍‌ର ମରାମତି କରିବା ପାଇଁ ଏହି ଷ୍ଟିଲ୍‌ ଚାଦରକୁ ବ୍ୟବହାର କରାଯିବ।”

ସେ କହିଛନ୍ତି,“ଜଗମୋହନର ୭ଟି ପକେଟ୍ (ଖଣା)ର ମରାମତି ପାଇଁ ୧୮ ଟନ୍ ଷ୍ଟିଲ୍ ମୁମ୍ବାଇରୁ ଆସିବ। ତେବେ ଏହି ଷ୍ଟିଲ୍‌ ଗୁଡ଼ିକ ଚଦର ଆକାରରେ ଆସିବ ନାହିଁ। ସେଗୁଡ଼ିକ ବକ୍ସ ହୋଇ ଆସିବ। ସେଥିପାଇଁ ଅର୍ଡର ଦିଆସରିଛି।”

ଅଣସର ଘରୁ ଠାକୁର ବାହାରିବା ପରେ ମରାମତି କାମ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos