ପୁରୀ: ଆଜି ବି ସମୁଦ୍ର ଅଶାନ୍ତ, କୂଳରେ ଲାଗିଲା ରେଡ୍‌ ଫ୍ଲାଗ୍‌

ପୁରୀ: ପୁରୀରେ  ଆଜି ବି ସମୁଦ୍ର ଅଶାନ୍ତ ରହିଛି। ବଡ଼ ବଡ଼ ଜୁଆର ଆସିବା ସହ  ସ୍ୱର୍ଗଦ୍ୱାର ନିକଟରେ ସମୁଦ୍ର କୂଳ ଲଂଘନ କରିଛି। ଏହାକୁ ଦୃଷ୍ଟିରେ ରଖି ଲାଇଫ୍‌ ଗାର୍ଡ ପକ୍ଷରୁ ଏଠାରେ ରେଡ୍‌ ଫ୍ଲାଗ୍‌ ଲଗାଯାଇଛି। ଏହା ସହିତ ଏଠାରେ ସ୍ନାନ ନ କରିବାକୁ ପର୍ଯ୍ୟଟକମାନଙ୍କୁ ସତର୍କ କରି ଦିଆଯାଇଛି। ଗତକାଲି ସନ୍ଧ୍ୟାରେ  ଏକ ୬ଜଣିଆ ବିଶେଷଜ୍ଞ ଟିମ୍‌ ପୁରୀ ଆସି ସ୍ଥିତିର ଅନୁଧ୍ୟାନ କରିଥିଲେ।  ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜାନକୀ ବଲ୍ଲଭ […]

puri

puri

Rakesh Mallick
  • Published: Thursday, 11 August 2016
  • Updated: 11 August 2016, 01:21 PM IST

Sports

Latest News

puri ପୁରୀ: ପୁରୀରେ  ଆଜି ବି ସମୁଦ୍ର ଅଶାନ୍ତ ରହିଛି। ବଡ଼ ବଡ଼ ଜୁଆର ଆସିବା ସହ  ସ୍ୱର୍ଗଦ୍ୱାର ନିକଟରେ ସମୁଦ୍ର କୂଳ ଲଂଘନ କରିଛି। ଏହାକୁ ଦୃଷ୍ଟିରେ ରଖି ଲାଇଫ୍‌ ଗାର୍ଡ ପକ୍ଷରୁ ଏଠାରେ ରେଡ୍‌ ଫ୍ଲାଗ୍‌ ଲଗାଯାଇଛି। ଏହା ସହିତ ଏଠାରେ ସ୍ନାନ ନ କରିବାକୁ ପର୍ଯ୍ୟଟକମାନଙ୍କୁ ସତର୍କ କରି ଦିଆଯାଇଛି।

ଗତକାଲି ସନ୍ଧ୍ୟାରେ  ଏକ ୬ଜଣିଆ ବିଶେଷଜ୍ଞ ଟିମ୍‌ ପୁରୀ ଆସି ସ୍ଥିତିର ଅନୁଧ୍ୟାନ କରିଥିଲେ।  ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜାନକୀ ବଲ୍ଲଭ ମହାପାତ୍ର ଓ ପ୍ଲାନିଂ ଆଣ୍ଡ୍‌ ଡିଜାନିଂ ବିଭାଗର ସବୋର୍ଚ୍ଚ ଯନ୍ତ୍ରୀ ଟଙ୍କଧର ସାହୁ ପ୍ରମୁଖ ଏହି ଟିମ୍‌ରେ ଥିଲେ।

ସମୁଦ୍ର  ବାରମ୍ୱାର କୂଳ ଲଘିଂବାକୁ  ନେଇ ସ୍ଥାନୀୟ ବାସିନ୍ଦା  ଓ ପର୍ଯ୍ୟଟକମାନେ ଭୟଭୀତ ହୋଇପଡ଼ିଛନ୍ତି।

ଜଳ ସମ୍ପଦ ସଚିବ ପ୍ରଦୀପ ଜେନା କହିଛନ୍ତି,“ପୁରୀ ଓ ପାରାଦୀପ ମଧ୍ୟରେ ସମୁଦ୍ରର ଢେଉର ଉଚ୍ଚତା ବଢ଼ିଛି। ୩ଟି ସ୍ଥାନରେ ସମୁଦ୍ର କୂଳ ଲଂଘିଛି। ପୁରୀରେ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରାଯାଉଛି। ଦୁଇ ଜଣ ସର୍ବୋଚ୍ଚ ଯନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରିଛନ୍ତି। କୂଳରେ ବାଲି ଜମା କରିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଛି। ମାଡ୍ରାସ ଆଇଆଇଟିର ବୈଷୟିକ ଟିମ୍ ଖୁବ୍‌ଶୀଘ୍ର ଆସି ସ୍ଥିତି ଦେଖିବା ପରେ ତାଙ୍କ ପରାମର୍ଶ ଅନୁଯାୟୀ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos