ଶ୍ରୀକ୍ଷେତ୍ରରେ ଆଜି ହେବ ରଥକାଠ ଅନୁକୂଳ

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ହେବ। ପ୍ରତିବର୍ଷ ବସନ୍ତ ପଞ୍ଚମୀରେ ପରମ୍ପରା ଅନୁସାରେ ରଥକାଠ ଅନୁକୂଳ ହେଉଥିବା ବେଳେ ଚଳିତବର୍ଷ ଉଦୟ ପର୍ବ ଅନୁସାରେ ଆଜି ଶ୍ରୀମନ୍ଦିରରେ ବସନ୍ତ  ପଞ୍ଚମୀ ପାଳନ ହେବ।

ନୟାଗଡ଼ ବନଖଣ୍ଡର ଦଶପଲ୍ଲା ଅଞ୍ଚଳରୁ  ଆସିଥିବା ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଅନୁକୂଳ ପାଇଁ ଶ୍ରୀ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଆଗରେ ରଖାଯାଇଛି।