ଫାଇଲିନ୍ କ୍ଷତିଗ୍ରସ୍ତଙ୍କୁ ଘର ଦେବା ଦାବିରେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବନ୍ଦ

ବ୍ରହ୍ମଗିରି: ଫାଇଲିନ୍ କ୍ଷତିଗ୍ରସ୍ତଙ୍କୁ ଗୃହ ଯୋଗାଇ ଦେବା ଦାବିରେ ଆଜି ପୁରୀ ଜିଲ୍ଲା ଫାଇଲିନ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ୍‌ରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ପୁରୀରୁ ପ୍ରୟାଗି ପର୍ଯ୍ୟନ୍ତ ଗିରଳ, ଗୋରୁଆଳ, ପଣସଉଦା ଛକ, ବ୍ରହ୍ମଗିରି ବଜାର, ନୁଥାପଡ଼ା ଓ କୃଷ୍ଣପ୍ରସାଦଗଡ଼ଠାରେ ଆନ୍ଦୋଳନକାରୀମାନେ ବିଭିନ୍ନ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ପୁରୀ-ସାତପଡ଼ା ମଧ୍ୟସ୍ଥ ଜାତୀୟ ରାଜପଥ ୩୧୬କୁ ମଧ୍ୟ ବିଭିନ୍ନ ସ୍ଥାନରେ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ। ଫଳରେ […]

bramhagiri

bramhagiri

Rakesh Mallick
  • Published: Monday, 12 December 2016
  • Updated: 12 December 2016, 11:37 AM IST

Sports

Latest News

bramhagiriବ୍ରହ୍ମଗିରି: ଫାଇଲିନ୍ କ୍ଷତିଗ୍ରସ୍ତଙ୍କୁ ଗୃହ ଯୋଗାଇ ଦେବା ଦାବିରେ ଆଜି ପୁରୀ ଜିଲ୍ଲା ଫାଇଲିନ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ୍‌ରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ପୁରୀରୁ ପ୍ରୟାଗି ପର୍ଯ୍ୟନ୍ତ ଗିରଳ, ଗୋରୁଆଳ, ପଣସଉଦା ଛକ, ବ୍ରହ୍ମଗିରି ବଜାର, ନୁଥାପଡ଼ା ଓ କୃଷ୍ଣପ୍ରସାଦଗଡ଼ଠାରେ ଆନ୍ଦୋଳନକାରୀମାନେ ବିଭିନ୍ନ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ପୁରୀ-ସାତପଡ଼ା ମଧ୍ୟସ୍ଥ ଜାତୀୟ ରାଜପଥ ୩୧୬କୁ ମଧ୍ୟ ବିଭିନ୍ନ ସ୍ଥାନରେ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ। ଫଳରେ ଗାଡ଼ି ଚଳାଚଳରେ ଅସୁବିଧା ସୃଷ୍ଟି ହୋଇଛି।

ଫାଇଲିନ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି ଯେ ୨୦୧୩ ଫାଇଲିନ୍ କ୍ଷତିଗ୍ରସ୍ତଙ୍କୁ ଅଦ୍ୟାବଧି କ୍ଷତିପୂରଣ ମିଳିନାହିଁ। ବିଶ୍ୱବ୍ୟାଙ୍କ ସହାୟତାରେ ସମୁଦ୍ର ଉପକୂଳର ୫ କିଲୋମିଟର ମଧ୍ୟରେ ବସବାସ କରୁଥିବା କ୍ଷତିଗ୍ରସ୍ତ ଲୋକଙ୍କୁ ତିନି ଲକ୍ଷ ପଚାଶ ହଜାର ଟଙ୍କାରେ ଗୃହ ଯୋଗାଇ ଦିଆଯିବ ବୋଲି ସରକାର କହିଥିଲେ। ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ଫାଇଲିନ୍ କ୍ଷତିଗ୍ରସ୍ତମାନେ ଏଭଳି ଗୃହ ପାଇ ସାରିଥିବା ବେଳେ ପୁରୀ ଜିଲ୍ଲାରେ ଏହାର କାର୍ଯ୍ୟକାରୀ ହେଉନାହିଁ।

ଏ ପ୍ରସଙ୍ଗକୁ ନେଇ ପୁରୀ ଜିଲ୍ଲା ଫାଇଲିନ୍ କ୍ରିୟାନୁଷ୍ଠାନ କମିଟି ପୂର୍ବରୁ ଆନ୍ଦୋଳନ, ଧର୍ମଘଟ, ରାସ୍ତାରୋକ ଓ ଗର୍ଜନ ସମାବେଶ ଆଦି କରିଛି। କିନ୍ତୁ କିଛି ସୁଫଳ ମିଳିନାହିଁ। ଏଥିପାଇଁ କମିଟି ସ୍ଥାନୀୟ ବିଧାୟକଙ୍କୁ ଦାୟୀ କରିଛି। ରାଜ୍ୟ ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ ନ କରିବାରୁ ଆଜି ବନ୍ଦ ଡାକରା ଦିଆଯାଇଛି ବୋଲି କମିଟି ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos