ପୁରୀ ସମୁଦ୍ରକୂଳରୁ ତିମିର ମୃତଦେହ ଉଦ୍ଧାର

ପୁରୀ: ପୁରୀ ସମୁଦ୍ର କୂଳରୁ ଏକ ବିରାଟକାୟ ତିମିର ମୃତଦେହ ବନ ବିଭାଗ ଉଦ୍ଧାର  କରିଛି। ଏହାର ଲମ୍ୱ ୩୫ ଫୁଟ୍‌ରୁ ଅଧିକ ହେବ। ଏହି ତିମିଟି କେଉଁ ପ୍ରଜାତିର ଓ କେମିତି ମଲା ତାହା ଜଣାପଡ଼ିନି।

ଗତ ଡିସେମ୍ୱର ୪ ତାରିଖରେ ବ୍ରହ୍ମଗିରି ବାଇଧର ପେଣ୍ଠ ବେଳାଭୂମିରେ ୪୨ ଫୁଟ୍ ଲମ୍ୱର ଏକ ତିମିର ମୃତ୍ୟୁ ହୋଇଥିଲା। ଏହା ଏକ ବିରଳ ପ୍ରଜାତିର ତିମି ବୋଲି ଜଣାପଡ଼ିଥିଲା।