ପୁରୀ: ଲବଣୀଖିଆ ଛକରେ ବୋମାମାଡ଼, ୩ ଆହତ

ପୁରୀ: ପୁରୀ ଲବଣୀଖିଆ ଛକରେ ବୁଧବାର ବିଳମ୍ୱିତ ରାତିରେ ୪ ଜଣ ଦୁବୃର୍ତ୍ତ ଆସି ବୋମାମାଡ଼ କରିଥିବା ଜଣାପଡିଛି। ବୋମାମାଡ଼ରେ ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ବଟି ଆଦାୟକୁ କେନ୍ଦ୍ର କରି ପୂର୍ବ ଶତୃତାରୁ ଏହି ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି।