ପୁରୀ:ବସ୍‌ ଓଲଟି ଜଣେ ମୃତ, ୧୬ ଆହତ

ପୁରୀ:  ପୁରୀ ଜିଲ୍ଲା ମାଳତିପୁଟପୁରର କାଠପୋଲ  ନିକଟରେ  ଆଜି  ଏକ ଯାତ୍ରାବାହୀ ବସ୍‌ଟି ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଛି। ମୃତକ ଜଣଙ୍କ ବସ୍‌ କଣ୍ଡକ୍ଟର ବୋଲି ସୂଚନା ମିଳିଛି।

ବସ୍‌ଟି ପୁରୀରୁ ଶିରୁଳି ମହାବୀର ଦେଇ କରମଳା ଯାଉଥିବା ବେଳେ ମାଳତିପାଟପୁର କାଠପୋଲ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।