ଶ୍ରୀନଅରରେ ଚାଲିଛି ତିନି ରଥ ନିର୍ମାଣ

ପୁରୀ: ଶ୍ରୀନଅର ସମ୍ମୁଖରେ ଚାଲିଛି ବ୍ରହ୍ମାଣ୍ଡକର୍ତ୍ତାଙ୍କ ତିନିରଥ ନିର୍ମାଣ କାର୍ଯ୍ୟ। ଏଥିପାଇଁ ବିଶ୍ୱକର୍ମା ମହାରଣା, ଭୋଇ ସେବାୟତ, ରୂପକାର ସେବାୟତ ଦିନରାତି ଏକ କରି ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨ଟି ଲେଖାଏଁ ଚକ ଅଖ ସଂଯୋଗ କରାଯିବା ପରେ ବାକି ୩୬ଟି ଚକ ନିର୍ମାଣ କାର୍ଯ୍ୟକୁ ଶେଷ ପାଇଁ ବିଶ୍ୱକର୍ମା ମହାରଣା ଓ ଭୋଇ ସେବାୟତମାନେ ଲାଗିପଡିଛନ୍ତି। ଶୀତଳଷଷ୍ଠୀରେ ସମସ୍ତ ଚକ ଉପରେ ପଞ୍ଚୁପାଣ୍ଡବଙ୍କ ପନ୍ତୀ ରହିଛି। ତା’ର ପରଦିନ ସମସ୍ତ ଚକରେ ଅଖ ସଂଯୋଗ କରାଯିବ। ସେଥିପାଇଁ ଦ୍ରୁତ ଗତିରେ ଚକ ଓ ଅଖ ନିର୍ମାଣ ଚାଲିଛି। ଏ ପର୍ଯ୍ୟନ୍ତ ନନ୍ଦୀଘୋଷ ରଥର ୧୧ଟି ଚକ ନିର୍ମାଣ ଶେଷ ହୋଇଥିବା ବେଳେ ତାଳଧ୍ୱଜର ୧୧ଟି ଚକ ଓ ଦେବଦଳନର ୯ଟି ଚକ ଶେଷ ହୋଇଛି। ପହିରେ ବିନ୍ଧକାର୍ଯ୍ୟରେ ଶେଷ ସ୍ପର୍ଶ ଦିଆଯାଉଛି। ପରମ୍ପରା ଅନୁସାରେ ଚର୍ଚ୍ଚିକା ଠାକୁରାଣୀଙ୍କୁ ପଣାଭୋଗ ପରେ ଶେଷ ତିନିଟି ଚକରେ ଅର ସଂଯୋଗ କରାଯିବ। ସହ ଶେଷ ହେବ ରଥଚକ ନିର୍ମାଣ କାର୍ଯ୍ୟ।