ଜଗନ୍ନାଥେ ହେ! ଆମ ପାପ ନିଅ: ଶ୍ରୀମନ୍ଦିର ହୁଣ୍ଡିରୁ ବାହାରୁଛି ପୁଳାପୁଳା ପୁରୁଣା ଟଙ୍କା

ପୁରୀ: ବିମୁଦ୍ରକରଣ ପରେ ସମଗ୍ର ଦେଶରେ ଦେଖାଦେଇଥିଲା ଅଚଳାବସ୍ଥା। କଳାଧନ ରଖିଥିବା ଲୋକଙ୍କର ନିଦ ହଜି ଯାଇଥିବା ବେଳେ ଏଟିଏମ୍‌ ଓ ବ୍ୟାଙ୍କରେ ଲାଗିଥିଲା ଭିଡ଼। ବ୍ୟାଙ୍କ ଓ ଏଟିଏମ୍‌ରୁ ଟଙ୍କା ଉଠାଇବା ପାଇଁ ଲୋକେ ଦିନରାତି ଏକ କରି ଦେଉଥିଲେ। ବର୍ତ୍ତମାନ ସ୍ଥିତିର ସୁଧାର ଆସିଛି। ଆଉ ପୂର୍ବପରି ଏଟିଏମ୍‌ ଓ ବ୍ୟାଙ୍କରେ ଭିଡ଼ ନାହିଁ। କିନ୍ତୁ ବିମୁଦ୍ରାକରଣର ୮ ମାସ ପରେ ମଧ୍ୟ ଅଚଳ ପୁଳା ପୁଳା ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ […]

vlcsnap-2017-07-21-18h50m45s280-750x430

vlcsnap-2017-07-21-18h50m45s280-750x430

Rakesh Mallick
  • Published: Friday, 21 July 2017
  • Updated: 21 July 2017, 10:16 PM IST

ପୁରୀ: ବିମୁଦ୍ରକରଣ ପରେ ସମଗ୍ର ଦେଶରେ ଦେଖାଦେଇଥିଲା ଅଚଳାବସ୍ଥା। କଳାଧନ ରଖିଥିବା ଲୋକଙ୍କର ନିଦ ହଜି ଯାଇଥିବା ବେଳେ ଏଟିଏମ୍‌ ଓ ବ୍ୟାଙ୍କରେ ଲାଗିଥିଲା ଭିଡ଼। ବ୍ୟାଙ୍କ ଓ ଏଟିଏମ୍‌ରୁ ଟଙ୍କା ଉଠାଇବା ପାଇଁ ଲୋକେ ଦିନରାତି ଏକ କରି ଦେଉଥିଲେ। ବର୍ତ୍ତମାନ ସ୍ଥିତିର ସୁଧାର ଆସିଛି। ଆଉ ପୂର୍ବପରି ଏଟିଏମ୍‌ ଓ ବ୍ୟାଙ୍କରେ ଭିଡ଼ ନାହିଁ। କିନ୍ତୁ ବିମୁଦ୍ରାକରଣର ୮ ମାସ ପରେ ମଧ୍ୟ ଅଚଳ ପୁଳା ପୁଳା ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ବାହାରୁଛି ଜଗତର ଥାନା ଜଗନ୍ନାଥଙ୍କ ହୁଣ୍ଡିରୁ। ଭଗବାନଙ୍କ ଆଶୀର୍ବାଦ ପାଇବା ପାଇଁ ଭକ୍ତମାନେ ନିଜ ପାପକୁ ଏପରି ଢଙ୍ଗରେ ଅର୍ପଣ କରି ପୂଣ୍ୟ ଅର୍ଜନ କରୁଛନ୍ତି।

ଜଗତର ନାଥ ହେଉଛନ୍ତି ପ୍ରଭୁ ଜଗନ୍ନାଥ। ଶ୍ରୀକ୍ଷେତ୍ରକୁ ପ୍ରତିଦିନ ହଜାର ହଜାର ଭକ୍ତ ଆସିଥାନ୍ତି। ପ୍ରଭୁଙ୍କ ଶରଣାପନ୍ନ ହୋଇ ଭକ୍ତ ଆଶୀର୍ବାଦ ନେବା ସହିତ ଗଲା ବେଳେ ଦେଇଯାଆନ୍ତି ଭେଟି(ଦାନ)। ଯାହା ଶ୍ରୀମନ୍ଦିର ହୁଣ୍ଡିରେ ପଡ଼ିଥାଏ। ଏହି ଦାନ ଅର୍ଥ ପ୍ରତିଦିନ ହୁଣ୍ଡିରୁ ବାହାର କରାଯାଏ। ତେବେ ବିମୁଦ୍ରାକରଣ ପରଠାରୁ ଜୁଲାଇ ୨୦ ତାରିଖ ଭିତରେ ମନ୍ଦିର ହୁଣ୍ଡିରୁ ବାହାରିଛି ୧୫ ଲକ୍ଷ ଟଙ୍କାର ଅଚଳ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍। ବଡ଼ କଥା ହେଉଛି ଜୁଲାଇ ୧୦ ସୁଦ୍ଧା ୧୨ ଲକ୍ଷ ଟଙ୍କା ଆଦାୟ ହୋଇଥିବା ବେଳେ ଗତ ୧୦ ଦିନ ଭିତରେ ବାହାରିଛି ଆଉ ୩ ଲକ୍ଷ ଟଙ୍କା। ସେହିପରି ସ୍ନାନ ପୂର୍ଣ୍ଣମୀଠାରୁ ନୀଳାଦ୍ରି ବିଜେ ମଧ୍ୟରେ ସିଂହଦ୍ୱାର ହୁଣ୍ଡିରୁ ମଧ୍ୟ ପ୍ରାୟ ୫୦,୦୦୦ ଟଙ୍କାର ଅଚଳ ନୋଟ୍ ବାହାରିଛି। ଯାହାକୁ ନେଇ ଚିନ୍ତାରେ ଶ୍ରୀମନ୍ଦିର ପ୍ରଶାସନ।

ଭକ୍ତମାନେ ଦାନ କରୁଥିବା ଏହି ଅଚଳ ନୋଟ୍‌କୁ କିଭଳି ସଚଳ କରିହେବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ଦୁଇ ଥର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ଚିଠି ଲେଖି ସାରିଲେଣି। ମାତ୍ର ତାହାର କୌଣସି ଉତ୍ତର ମିଳିନି। ବର୍ତ୍ତମାନ ଏହି ଅଚଳ ନୋଟ୍‌କୁ ଯତ୍ନ ସହକାରେ ରଖିବାକୁ ପରିଚାଳନା କମିଟି ନିଷ୍ପତ୍ତି ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story