ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ବିକାଶ ଖସଡା ପ୍ରସ୍ତୁତ

ପୁରୀ: ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ବିକାଶ ପାଇଁ ପ୍ରସ୍ତୁତ ହୋଇଛି ଖସଡା। ଆସନ୍ତା ୫୦ ବର୍ଷ ଧରି ଶୃଙ୍ଖଳିତ ରଥଯାତ୍ରା ସହ ପୁରୀ ସହରରେ ପାର୍କିଂ, ଟ୍ରାଫିକ୍‌ ନିୟନ୍ତ୍ରଣ ଓ ରାସ୍ତା ପ୍ରଶସ୍ତିକରଣ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି।

ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ସଂସ୍କାର କମିଶନଙ୍କ ଅଧ୍ୟକ୍ଷ ଜଷ୍ଟିସ ବିପି ଦାସଙ୍କୁ ଜିଲ୍ଲାପାଳ ଏହା ପ୍ରଦାନ କରିବେ। ଯାତ୍ରୀମାନେ କିଭଳି ସୁରକ୍ଷିତ ଭାବେ ପୁରୀକୁ ଆସିବେ, ବଡଦାଣ୍ଡ ଓ ଶ୍ରୀମନ୍ଦିର ଚତୁପାର୍ଶ୍ୱର ବିକାଶ କିପରି କରିହେବ ଏହାକୁ ନେଇ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନ କରିଛନ୍ତି ପୁରୀ ଜିଲ୍ଲାପାଳ। ବିଶେଷ କରି ପୁରୀ ସହରର ରାସ୍ତା ପ୍ରଶସ୍ତିକରଣ, ଟ୍ରାଫିକ ସୁନିୟନ୍ତ୍ରଣ, ପାର୍କିଂ ପାଇଁ ସ୍ୱତନ୍ତ୍ର ଖସଡା ପ୍ରସ୍ତୁତ କରାଯାଇଛି।