ପୁରୀ: ଡାକ୍ତରଙ୍କ ଅବହେଳାରୁ ରେଳ ବିଭାଗ କର୍ମଚାରୀଙ୍କ ମୃତ୍ୟୁ ଅଭିଯୋଗ

ପୁରୀ: ପୁରୀ ଡାକ୍ତରଖାନାରେ ଚିକତ୍ସା ଅବହେଳାରୁ ରେଳ ବିଭାଗର ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକ ଜଣଙ୍କ ହେଲେ ରାମଚନ୍ଦ୍ର  ମୁର୍ମୁ। ସେ ରେଳ ବିଭାଗରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ଆଜି ରାମଚନ୍ଦ୍ର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ଏପରି ଅଭିଯୋଗକୁ ହସ୍ପିଟାଲ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ଚିକିତ୍ସାରେ କୌଣସି ଅବହେଳା […]

puri1

puri1

Rakesh Mallick
  • Published: Sunday, 14 August 2016
  • Updated: 15 August 2016, 10:30 AM IST

ପୁରୀ: ପୁରୀ ଡାକ୍ତରଖାନାରେ ଚିକତ୍ସା ଅବହେଳାରୁ ରେଳ ବିଭାଗର ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକ ଜଣଙ୍କ ହେଲେ ରାମଚନ୍ଦ୍ର  ମୁର୍ମୁ। ସେ ରେଳ ବିଭାଗରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ।

ଆଜି ରାମଚନ୍ଦ୍ର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷରେ ଏପରି ଅଭିଯୋଗକୁ ହସ୍ପିଟାଲ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ଚିକିତ୍ସାରେ କୌଣସି ଅବହେଳା କରାଯାଇ ନ ଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।

ରେଳ କର୍ମଚାରୀଙ୍କ ଚିକିତ୍ସା ସୁବିଧା ଲାଗି ପୁରୀରେ ବିଭାଗ ପକ୍ଷରୁ କୌଣସି ଉନ୍ନତ ଚିକିତ୍ସାଳୟ କରାଯାଇ ନ ଥିବା ଅଭିଯୋଗ କରି ରେଳ କର୍ମଚାରୀମାନେ କୋଚିଂ ଡିପୋ କାର୍ଯ୍ୟାଳୟରେ ତାଙ୍କ ମରଶରୀରକୁ ରଖି ଧାରଣା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos