ପୁରୀ: ପୁରୀ ଜଗନ୍ନାଥ କଲୋନି ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ୪ ବର୍ଷର ଶିଶୁ ପୁତ୍ର ସତ୍ୟବାନ ରାଉତ ଓରଫ କାହ୍ନା ଖେଳୁଥିବା ବେଳେ ଗୋଟିଏ ବୁଲା କୁକୁର ତାକୁ କାମୁଡ଼ି ଲହୁଲୁହାଣ କରିଦେଇଥିଲା। ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଉଥିବା ବେଳେ ରାସ୍ତାରେ କାହ୍ନାଙ୍କର ମୃତ୍ୟୁ ଘଟିଥିଲା। ଏପରି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଛି।
କାହ୍ନା ତାଙ୍କ ବାପା ଓ ମା’ଙ୍କର ଏକମାତ୍ର ପୁଅ। ଆଜି ସକାଳେ ଗୁଡି ପାଇଁ ମା’ ପାଖରେ ଅଳି କରିଥିଲା। ହେଲେ ମା’ ଗୁଡି ଦେବା ଆଗରୁ କାହ୍ନା ଆଖି ବୁଜିଦେଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।