ଶୃଙ୍ଖଳିତ ରଥଯାତ୍ରା, ବିଶୃଙ୍ଖଳିତ ପୋଲିସ: ସେବାୟତ କହିଲେ, ବାଡ଼ ହୋଇ ଫସଲ ଖାଇଥିବା ପୋଲିସ୍‌କୁ ଧର

ପୁରୀ: ବିଶୃଙ୍ଖଳା ଯେମେତି ପୁରୀ ମନ୍ଦିର ଓ ମହାପ୍ରଭୁଙ୍କ ଚିର ସହଚର ହୋଇଗଲାଣି। ସେବାୟତ ହୁଅନ୍ତୁ ଅବା ଭକ୍ତ କିମ୍ବା ପୋଲିସ୍‌, ଶ୍ରୀଜିଉ ବହୁ ସମସ୍ୟାରେ ପଡୁଛନ୍ତି। ଯେତେ ଯାହା କଲେ ମଧ୍ୟ କିଛି ନା କିଛି ବିଶୃଙ୍ଖଳା ଘଟୁଛି ଯାହା ଶ୍ରୀଜିଉଙ୍କ ଗାରିମାକୁ ଖଣ୍ଡିତ କରୁଛି। ନବକଳେବର ହେଉ କି ଗତ ବର୍ଷର ନୀଳାଦ୍ରିବିଜେ ଯାହା ଘଟିଗଲା ସମସ୍ତେ ଜାଣିଛନ୍ତି। ଏଥିରେ ମୁଖ୍ୟ ସାଜିଥିଲେ କିଛି ସେବାୟତ। ହେଲେ ଚଳିତବର୍ଷ ରଥଯାତ୍ରାରେ ସେବାୟତଙ୍କ ବିଶୃଙ୍ଖଳା ଦେଖିବାକୁ […]

puri

puri

Rakesh Mallick
  • Published: Friday, 07 July 2017
  • Updated: 07 July 2017, 09:19 PM IST

Sports

Latest News

ପୁରୀ: ବିଶୃଙ୍ଖଳା ଯେମେତି ପୁରୀ ମନ୍ଦିର ଓ ମହାପ୍ରଭୁଙ୍କ ଚିର ସହଚର ହୋଇଗଲାଣି। ସେବାୟତ ହୁଅନ୍ତୁ ଅବା ଭକ୍ତ କିମ୍ବା ପୋଲିସ୍‌, ଶ୍ରୀଜିଉ ବହୁ ସମସ୍ୟାରେ ପଡୁଛନ୍ତି। ଯେତେ ଯାହା କଲେ ମଧ୍ୟ କିଛି ନା କିଛି ବିଶୃଙ୍ଖଳା ଘଟୁଛି ଯାହା ଶ୍ରୀଜିଉଙ୍କ ଗାରିମାକୁ ଖଣ୍ଡିତ କରୁଛି। ନବକଳେବର ହେଉ କି ଗତ ବର୍ଷର ନୀଳାଦ୍ରିବିଜେ ଯାହା ଘଟିଗଲା ସମସ୍ତେ ଜାଣିଛନ୍ତି। ଏଥିରେ ମୁଖ୍ୟ ସାଜିଥିଲେ କିଛି ସେବାୟତ। ହେଲେ ଚଳିତବର୍ଷ ରଥଯାତ୍ରାରେ ସେବାୟତଙ୍କ ବିଶୃଙ୍ଖଳା ଦେଖିବାକୁ ମିଳିନାହିଁ। ବରଂ ଶୃଙ୍ଖଳା ପାଇଁ ନିୟୋଜିତ ପୋଲିସ୍‌ ବାବୁମାନେ ହିଁ ଘଟାଇଛନ୍ତି ସବୁ ବିଶୃଙ୍ଖଳା।

ସା-ଦର୍ଶନ ବେଳେ ଯୁବତୀଙ୍କ ଅସଦାଚରଣ ହେଉ ବା ଅଧରପଣାବେଳେ ପ୍ରଶାସନିକ ଅଫିସରଙ୍କୁ ଦୁର୍ବ୍ୟବହାର ଅଥବା ନୀଳାଦ୍ରି ବିଜେ ସମୟରେ ଦେବୀ ସୁଭଦ୍ରାଙ୍କୁ ସ୍ପର୍ଶ ହେଉ ସବୁରୀ ପଛରେ ପୋଲିସ ଅଧିକାରୀ ଥିବା ଅଭିଯୋଗ। ଏହାକୁ ନେଇ ଏବେ ହରଡ଼ ଘଣାରେ ପଡିଛି ପୋଲିସ ବିଭାଗ। ବାଡ଼ ହୋଇ ଫସଲ ଖାଇଥିବା- ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସେବାୟତ।

ନୀଳାଦ୍ରି ବିଜେ ପହଣ୍ଡି ବେଳେ ସୁଭଦ୍ରାଙ୍କୁ ଛୁଇଁ ଦେଲେ ସୁରକ୍ଷାରେ ନିୟୋଜିତ ପୋଲିସ ଅଫିସର। ସୁନାବେଶ ବେଳେ ପୁରୀ ଉପ-ଜିଲ୍ଲାପାଳଙ୍କୁ ବି କଲେ ଦୁର୍ବ୍ୟବହାର। ଅଧରପଣା ଦିନ ଡ୍ୟୁଟିରେ ଥିବା ୩ ମାଜିଷ୍ଟ୍ରେଟ୍ ପାହ୍ୟା ଅଫିସରଙ୍କୁ କର୍ଡନ ଭିତରୁ ବାହାର କରିଦେଲେ। ଆଉ ସନ୍ଧ୍ୟା ଦର୍ଶନ ଭିଡ଼ର ଫାଇଦା ନେଇ ମହିଳା ଏବଂ ଯୁବତୀଙ୍କୁ ଅସଦାଚରଣ କରିଥିବା ନେଇ ବି ଆସିଲା ସଂଗୀନ ଅଭିଯୋଗ।

ଗତବର୍ଷ ନୀଳାଦ୍ରି ବିଜେ ବେଳେ ଘୋର ବିଭ୍ରାଟ ପାଇଁ ସମାଲୋଚନାର ଶିକାର ହୋଇଥିଲେ ସେବାୟତ। ହେଲେ ଏଥର ରଥଯାତ୍ରାରେ ସବୁ ନୀତିକାନ୍ତି ଶୃଙ୍ଖଳିତ କରିଥିଲେ। ଏଥିପାଇଁ ଜିଲ୍ଲା ପ୍ରଶାସନ ସେବାୟତଙ୍କୁ ସାବାସି ଦେଇଛି। ହେଲେ ବିଶୃଙ୍ଖଳିତ ଆଚରଣ ପାଇଁ ବିବାଦ ଘେରକୁ ଆସିଛି ପୋଲିସ। ତେବେ ଅଭିଯୋଗର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos