ପୁରୀ ହତ୍ୟାକାଣ୍ଡ: ୩ ଦିନ ପରେ ପୋଲିସ୍‌ର ହାତ ଖାଲି

ପୁରୀ: ପୁରୀରେ ଆଇନଜୀବୀଙ୍କୁ ହତ୍ୟା ମାମଲାରେ ଏଯାଏଁ ହତ୍ୟାକାରୀ ଧରାପଡ଼ି ନାହାନ୍ତି। ଘଟଣା ୩ ଦିନ ବିତିଯାଇଥିଲେ ବି ପୋଲିସ ହତ୍ୟାକରୀଙ୍କୁ ଖୋଜି ପାଉନାହିଁ।

ଅନ୍ୟପକ୍ଷରେ ପୁରୀ ଅତିରିକ୍ତ ଏସପି ବନ ବିହାରୀ ସାହୁ କହିଛନ୍ତି,“ହତ୍ୟାକାରୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଧରିବା ଲାଗି ପୋଲିସର ଦୁଇଟି ସ୍ୱତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି।”