ବୈଷୟିକ କୋର କମିଟିର ଜଗମୋହନ ଅନୁଧ୍ୟାନ

ପୁରୀ: ଶ୍ରୀମନ୍ଦିର ଜଗମୋହନର ପୋଟାଲ ଷ୍ଟିଲ ଫ୍ରେମ୍‌ ଏଷ୍ଟିମେଟକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମହାନିର୍ଦ୍ଦେଶକ ଅନୁମୋଦନ ଦେବା ପରେ ଆଜି ଶ୍ରୀଜଗନ୍ନାଥ ମନ୍ଦିର ବୈଷୟିକ କୋର କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜି.ସି ମିତ୍ର ଓ କୋର କମିଟି ସଦସ୍ୟ ଏନ୍‌.ସି. ପାଲ ଶ୍ରୀମନ୍ଦିର ଯାଇ ଜଗମୋହନକୁ ଅନୁଧ୍ୟାନ କରିଛନ୍ତି। ପୋଟାଲ ଷ୍ଟିଲ୍‌ ଫ୍ରେମ୍‌ କାର୍ଯ୍ୟ କିଭଳି ଦ୍ରୁତଗତିରେ ଆଗେଇବ ତାହା ଉପରେ ଅନୁଧ୍ୟାନ କରିଛନ୍ତି। ୭ଟି ପୋଟାଲ ଫ୍ରେମ୍‌ ମଧ୍ୟରୁ ୬ଟି କାର୍ଯ୍ୟ ଶେଷ […]

jagannath-temple

jagannath-temple

Rakesh Mallick
  • Published: Saturday, 07 January 2017
  • Updated: 07 January 2017, 07:47 PM IST

Sports

Latest News

ପୁରୀ: ଶ୍ରୀମନ୍ଦିର ଜଗମୋହନର ପୋଟାଲ ଷ୍ଟିଲ ଫ୍ରେମ୍‌ ଏଷ୍ଟିମେଟକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମହାନିର୍ଦ୍ଦେଶକ ଅନୁମୋଦନ ଦେବା ପରେ ଆଜି ଶ୍ରୀଜଗନ୍ନାଥ ମନ୍ଦିର ବୈଷୟିକ କୋର କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜି.ସି ମିତ୍ର ଓ କୋର କମିଟି ସଦସ୍ୟ ଏନ୍‌.ସି. ପାଲ ଶ୍ରୀମନ୍ଦିର ଯାଇ ଜଗମୋହନକୁ ଅନୁଧ୍ୟାନ କରିଛନ୍ତି। ପୋଟାଲ ଷ୍ଟିଲ୍‌ ଫ୍ରେମ୍‌ କାର୍ଯ୍ୟ କିଭଳି ଦ୍ରୁତଗତିରେ ଆଗେଇବ ତାହା ଉପରେ ଅନୁଧ୍ୟାନ କରିଛନ୍ତି।

୭ଟି ପୋଟାଲ ଫ୍ରେମ୍‌ ମଧ୍ୟରୁ ୬ଟି କାର୍ଯ୍ୟ ଶେଷ ହୋଇଛି। କଲମ କ୍ୟାପିଟାଲର କନ୍‌ଫାଇନ୍‌ମେଣ୍ଟର ଉପର ଭାଗ କାର୍ଯ୍ୟ ଶେଷ ହୋଇଥିବା ବେଳେ ତଳଭାଗର କନ୍‌ଫାଇନ୍‌ମେଣ୍ଟର କାର୍ଯ୍ୟ ୪ଟାରୁ ୩ଟି ଶେଷ ହୋଇଛି। ସମସ୍ତ କାର୍ଯ୍ୟ ଫେବୃଆରୀରେ ଶେଷ କରାଯିବ ବୋଲି ଅଧ୍ୟକ୍ଷ ଜି.ସି. ମିତ୍ର କହିଛନ୍ତି।

ପୋଟାଲ ଫ୍ରେମ୍‌ର ବାବଦକୁ ୩,୭୧,୭୧,୦୦୦ ଟଙ୍କା ଖର୍ଚ୍ଚ କରାଯିବ। ଏଥିରେ  ୭୧ ଟନ୍‌ଷ୍ଟିଲ୍‌ ଲାଗିବ। ପୂର୍ତ୍ତ ବିଭାଗ ପକ୍ଷରୁ ଏଥିପାଇଁ ଟେଣ୍ଡର କରାଯିବ। ଷ୍ଟିଲ ଫ୍ରେମ୍‌କୁ ଲଗାଯିବା ସମୟରେ ଭଣ୍ଡାର ଘର ଓ ଘଟଶେଜ ଘରର କିଛି ଅଂଶ ଭଙ୍ଗାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos