ଜୁନ ୫ରେ ସରିବ ଶ୍ରୀମନ୍ଦିର ଜଗମୋହନ ମରାମତି କାମ

କଟକ: ଶ୍ରୀମନ୍ଦିର ଜଗମୋହନ ମରାମତି କାମ ଜୁନ ୫ ତାରିଖରେ ସରିବ। ଆଜି ହାଇକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଏହା କୁହାଯାଇଛି। ସରକାରଙ୍କ ତରଫରୁ ଗୃହ ନିର୍ମାଣ ବିଭାଗ ମୁଖ୍ୟଯନ୍ତ୍ରୀ ଏହି ସତ୍ୟପାଠ ଦାଖଲ କରିଛନ୍ତି। ସେପଟେ ଜଗମୋହନ ମରାମତି କାମର ଅଗ୍ରଗତି ନେଇ ରିପୋର୍ଟ ଦେବାକୁ କୋର୍ଟ ରାଜ୍ୟ ସରକାର ଓ ଏଏସ୍‌ଆଇକୁ କହିଛନ୍ତି।

ଫେବୃଆରୀ ୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।